୯ ବର୍ଷ ପରେ ନିଜର ଅଭିଯୋଗ ପ୍ରକୋଷ୍ଠକୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

39

କନକ ବ୍ୟୁରୋ : ପ୍ରାୟ ୯ ବର୍ଷ ପରେ ନିଜର ଅଭିଯୋଗ ପ୍ରକୋଷ୍ଠକୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଏବେ ୟୁନିଟ୍-୫ରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟକୁ ଫୁଲ୍ ଦମରେ ମରାମତି କରାଯାଉଛି । ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥାଏ ।

ମୁଖ୍ୟମନ୍ତ୍ରୀ ନଥିବା ସତ୍ୱେ ଅଫିସରମାନେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥାନ୍ତି । ତେବେ ଏତେ ବର୍ଷ ପରେ ମୁଖ୍ୟମନ୍ତ୍ରୀ କାହିଁକି ପୁଣି ଥରେ ଅଭିଯୋଗ ପ୍ରକୋଷ୍ଠକୁ ଫେରୁଛନ୍ତି ସେ ନେଇ ବିରୋଧୀ ସନ୍ଦେହ ପ୍ରକାଶ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –