ବିମୁଦ୍ରାକରଣକୁ ୬ ମାସ ! ଦେଖନ୍ତୁ କିଛି ସତ୍ୟ କିଛି ତଥ୍ୟ

44

ବିମୁଦ୍ରାକରଣକୁ ଏହା ଭିତରେ ପୁରିଛି ୬ମାସ । ଗତବର୍ଷ ନଭେମ୍ବର ୮ତାରିଖରେ ପ୍ରଧାନମନ୍ତ୍ରୀ ପୁରୁଣା ୫୦୦ ଏବଂ ୧୦୦୦ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ । ତେବେ ଏହି ବିମୁଦ୍ରାକରଣ ପାଇଁ ଅର୍ଥନୀତିକୁ ବେଶ୍ କିଛି ଦିନ ଯନ୍ତ୍ରଣା ସହିବାକୁ ପଡିଥିଲା । ଏହା ସହ ଦେଶବାସୀ ମଧ୍ୟ ହୋଇଥିଲେ ହନ୍ତସନ୍ତ । ଉଭୟ ଧନୀ ଗରିବଙ୍କୁ ଗୋଟିଏ ଲାଇନରେ ଛିଡା କରାଇଥିଲା ବିମୁଦ୍ରାକରଣ । ତେବେ ଜାଣନ୍ତୁ ବିମୁଦ୍ରାକରଣର ୬ ମାସ ଭିତରେ କଣ ହୋଇଛି ।

• ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଛଟେଇର ଶିକାର ହୋଇଥିଲେ

• ଖୁଦ୍ର ବ୍ୟବସାୟୀ ମାନଙ୍କର ବ୍ୟବସାୟ ଅନେକ ଦିନ ପାଇଁ ବନ୍ଦ ହୋଇଥିଲା

• କ୍ଷୁଦ୍ର ଶିଳ୍ପ ,କୃଷି ଓ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

• ହସ୍ପିଟାଲ ଖର୍ଚ୍ଚ, ପିଲାଙ୍କ ପାଠପଢା ଫି କିମ୍ବା ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବାରେ ନାକେଦମ ରାଜ୍ୟବାସୀ

• କାମର ଚାପ ଯୋଗୁଁ ଦେଶର ବିଭିନ୍ନ ଅଂଚଳରୁ ପ୍ରାୟ ୧୧ଜଣ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ସୂଚନା

• ବଡ ନୋଟ ଅଚଳ ଯୋଗୁଁ ଦେଶରେ ୬୦ରୁ ୬୫ ଲୋକଙ୍କର ମୃତ୍ୟୁ ସୂଚନା

ଚାଲିଛି ଅଳଚ ନୋଟ୍ ଗଣତି :
ଅଳଚ ଘୋଷଣା ହୋଇଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ଗଣତି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ସୂଚନା ଅନୁସାରେ ଆହୁରି କିଛି ମାସ ଲାଗିବ । କାରଣ ରିଜର୍ଭ ବ୍ୟାଙ୍କ୍ ଗୋଟି ଗୋଟି କରି ନୋଟ୍ ଗଣତି କରୁଛି ।

ଏଟିଏମରେ ଏବେ ବି ଅଭାବ ଟଙ୍କା :
ବିମୁଦ୍ରାକରଣ ସମୟରେ ଲୋକମାନଙ୍କୁ ଘଂଟା ଘଂଟା ଧରି ବ୍ୟାଙ୍କ୍ ଏବଂ ଏଟିଏମରେ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଥିଲା । ଯଦିଓ ସେହି ଅବସ୍ଥା ଏବେ ନାହିଁ ତଥାପି ଏଟିଏମରେ ପରିସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ୍ ହୋଇଛି ବୋଲି କୁହାଯାଇ ପାରିବ ନାହିଁ ।