ବାଜା ରୋଷଣୀର ଶବ୍ଦ ଶୁଣିନଥିଲେ ଗାଁଲୋକେ ! ଦୀର୍ଘ ୨୨ ବର୍ଷ ପରେ ଏହି ଗ୍ରାମରୁ ବାହାରିଲା ବରଯାତ୍ରୀ । ଜାଣନ୍ତୁ କଣ ରହିଛି ଏହା ପଛରେ କାରଣ ।

86

ରାଜସ୍ଥାନ ଧୌଲପୁର ଜିଲ୍ଲାରୁ ୫ କିଲୋମିଟର ଦୂରରେ ଥିବା ରାଜଘାଟ ଗାଁରେ କେହି ନିଜ ପୁଅ ଏବଂ ଝିଅର ବିବାହ କରୁନଥିଲେ । ଗତ କିଛି ବର୍ଷ ଧରି ଏଠାରେ ଆଦୌ ବିବାହ ଉତ୍ସବ ଅନୁଷ୍ଠିତ ହୋଇନାହିଁ । ପୂର୍ବରୁ ରାଜଘାଟ ଗାଁରୁ କୌଣସି ବିବାହ ପ୍ରସ୍ତାବ ଆସୁଥିଲେ ଲୋକେ ତୁରନ୍ତ ଏହି ପ୍ରସ୍ତାବକୁ ଅସ୍ୱୀକାର କରୁଥିଲେ । କିନ୍ତୁ ଦୀର୍ଘ ୨୨ ବର୍ଷ ପରେ ଯେତେବେଳେ ଏହି ଗ୍ରାମରୁ ପ୍ରଥମ ବରଯାତ୍ରୀ ବାହାରିଥିଲା ସେତେବେଳେ ଗ୍ରାମବାସୀ ଅତ୍ୟନ୍ତ ଖୁସି ହୋଇଯାଇଥିଲେ ।

ଧୌଲପୁର ଜିଲ୍ଲା ମୁଖ୍ୟାଳୟରୁ ୫କିଲୋମିଟର ଦୂରରେ ରାଜଘାଟ ନାମକ ଏକ ଗାଁ ଅଛି । ଏଠାରେ ଅଧିକାଂଶ ଯୁବକ ଏବଂ ଯୁବତୀ ଅବିବାହିତ ଅଟନ୍ତି । ଆଉ ଏହାର ମୁଖ୍ୟ କାରଣ ହେଉଛି ଗାଁଟି ଅତ୍ୟନ୍ତ ଅନୁନ୍ନତ ଅଟେ । ଏଠାରେ ବିକାଶ କହିଲେ କେବଳ ଗୋଟିଏ ପ୍ରାଇମେରି ସ୍କୁଲ ଏବଂ ଗୋଟିଏ ହ୍ୟାଣ୍ଡପମ୍ପ ରହିଛି । ଯେଉଁଥିରେ ଖାରିଆ ଜଳ ଆସିଥାଏ । ଏଠାରେ ବସବାସ କରୁଥିବା ଗ୍ରାମବାସୀ ଅତ୍ୟନ୍ତ ଗରିବ ଅଟନ୍ତି ଏବଂ ସରକାରଙ୍କ ପକ୍ଷରୁ ଏମାନଙ୍କୁ କୌଣସି ସାହାଯ୍ୟ ମିଳିନଥାଏ । ଗାଁରେ ପାଣି, ବିଜୁଳି ଏବଂ ରାସ୍ତା ଭଳି ସୁବିଧା ମଧ୍ୟ ନାହିଁ ।

ଆଉ ଏହି କାରଣ ପାଇଁ ଲୋକମାନେ ଏହି ଗ୍ରାମରେ ନିଜ ଝିଅର ବିବାହ କରିବା ପାଇଁ ଅସ୍ୱୀକାର କରିଥାନ୍ତି । କିନ୍ତୁ ଦୀର୍ଘ ୨୨ ବର୍ଷ ପରେ ଏହି ଗ୍ରାମରେ ବରଯାତ୍ରୀ ବାହାରିଛି । ଆଉ ଏଥିପାଇଁ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ବିବାହ କରୁଥିବା ବରଟିର ନାମ ହେଉଛି ପବନ । ଗରିବ ହୋଇଥିବା କାରଣରୁ ଘୋଡାରେ ବରଯାତ୍ରୀ ବାହରିପାରିନଥିଲା । ଏପ୍ରିଲ ୨୯ ତାରିଖରେ ପବନର ବରଯାତ୍ରୀ ମଧ୍ୟପ୍ରଦେଶର କୁସେତ ଗାଁକୁ ବାହାରିଥିଲା । ଆଉ ଏହା ପୂର୍ବରୁ ୧୯୯୬ ମସିହାରେ ଏହି ଗ୍ରାମରେ ଜଣେ ପୁଅର ଶେଷ ବିବାହ ହୋଇଥିଲା ।

ଦୀର୍ଘ ୨୨ ବର୍ଷ ଧରି ଏହି ଗ୍ରାମକୁ କେହି କନ୍ୟା ନଆସିବାର କାରଣ ହେଉଛି ଏହି ଗାଁରେ ମୌଳିକ ସୁବିଧା ନାହିଁ । ଗାଁରେ ୪୦ଟି ଘରେ ପାଖାପାଖି ୩୦୦ ଜଣ ଲୋକ ରହୁଥିବା ବେଳେ ଏଠାରେ ପାଣି, ବିଜୁଳି ଏବଂ ରାସ୍ତା ନାହିଁ ।