କ୍ୟାରିୟର ଚୟନ କରିବା ପାଇଁ ଦ୍ୱାଦଶ ଶ୍ରେଣୀ ପରେ ବିଦ୍ୟାର୍ଥୀଙ୍କ ପାଇଁ ଫାର୍ମାସୀ ବି ଗୋଟିଏ ଭଲ ବିକଳ୍ପ ରୂପେ ଅଛି । ଡିଗ୍ରୀ ବା ଡିପ୍ଲୋମାଧାରୀ ବିଦ୍ୟାର୍ଥୀଙ୍କ ପାଇଁ କେବଳ ସରକାରୀ କ୍ଷେତ୍ର ବ୍ୟତୀତ ବେସରକାରୀ କ୍ଷେତ୍ରରେ ମଧ୍ୟ ରୋଜଗାର କରିବାର ଅପାର ସମ୍ଭାବନା ଅଛି । ଗ୍ରେଟର ନୋଏଡାରେ ପାଖାପାଖି ଏକ ଡଜନ୍ ରୁ ବି ଅଧିକ କଲେଜ୍ ଗୁଡିକରେ ବ୍ୟାଚଲର ଅଫ୍ ଫାର୍ମାସୀ, ଡିପ୍ଲୋମା ଇନ୍ ଫାର୍ମାସୀର ପାଖାପାଖି ଏକ ହଜାରରୁ ଅଧିକ ସିଟ୍ ଅଛି । ସାଧାରଣତଃ ଏମବିବିଏସ୍ ରେ ପ୍ରବେଶ ହୋଇନପାରିବା ଯୋଗୁଁ ବିଦ୍ୟାର୍ଥୀ ଫାର୍ମାସୀ ଆଡକୁ ମୁହାଁଇ ଥାନ୍ତି । କିନ୍ତୁ ଆଜି ର ସ୍ଥିତି ପୁରା ବିପରୀତ ।

କେଉଁ କେଉଁ କ୍ଷେତ୍ରରେ ଅଛି ରୋଜଗାରର ସମ୍ଭାବନା : ଡିପ୍ଲୋମା ବା ଡିଗ୍ରୀ କରିବା ପରେ ଛାତ୍ରଙ୍କ ପାଇଁ ପାଖାପାଖି ୨୦ଟି ବିଭିନ୍ନ କ୍ଷେତ୍ରରେ ଚାକିରୀ ଏବଂ ବ୍ୟବସାୟର ଅବସର ଖୋଲିଯାଏ । ଯେଉଁଥିରେ ଫାର୍ମା କମ୍ପାନୀରେ ପ୍ରଡକ୍ସନ୍, ମାର୍କେଟିଙ୍ଗ, କ୍ୱାଲିଟି କଣ୍ଟ୍ରୋଲ, ଡ୍ରଗ ରେଗୁଲେଟରୀ ଆଫେୟାର୍, ଇଣ୍ଟରନ୍ୟୋସନାଲ ମାର୍କେଟିଙ୍ଗ, ପ୍ୟାକେଜିଙ୍ଗ, କେମିଷ୍ଟ ଆଦି ବିଭାଗରେ ଚାକିରୀର ଅବସର ଅଛି । ଏହା ବ୍ୟତୀତ ଫାର୍ମାରେ ଭିଜିଲାନ୍ସ, ମେଡିକାଲ ରାଇଟିଙ୍ଗ ଆଣ୍ଡ କୋଡିଙ୍ଗ, ମେଡିକାଲ ଟ୍ରାନ୍ସକ୍ରିପସନ୍, ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ , କ୍ଲିନିକାଲ ରିସର୍ଚ୍ଚ, ହସପିଟାଲ କ୍ଳିନିକାଲ ଫାର୍ମାସିଷ୍ଟ, ନ୍ୟୁଟ୍ରିସିୟନ, ଡାଇଟିସିଆନ୍, ଥେରେପିଷ୍ଟ ବନିକି ଭବିଷ୍ୟ ସୁଧାରି ପାରିବେ ।

ସରକାରୀ ସଂସ୍ଥାରେ ବି ଅଛି ଅବସର : ଫାର୍ମାସୀର ରେଜିଷ୍ଟଡ୍ ଗ୍ରାଜୁଏଟ୍ ସରକାରୀ ଏବଂ ପ୍ରାଇଭେଟ୍ ହସପିଟାଲରେ ଔଷଧ ବିକ୍ରି ଏବଂ ରୋଗୀଙ୍କୁ ଦିଆଯାଉଥିବା ଔଷଧ ବିଷୟରେ ପରାମର୍ଶ ବି ଦେଇପାରିବେ । ଫାର୍ମାସୀ ଗ୍ରାଜୁଏଟ୍ ଡ୍ରଗ୍ ଆଣ୍ଡ ଫୁଡ୍ ଇଂସପେକ୍ଟର ସହିତ ଇଏସଆଇ, ସେନା, ସରକାରୀ ହସପିଟାଲ ଏବଂ ଲାବୋରୋଟୋରୀରେ ବି ଚାକିରୀ ପାଇପାରିବେ ।

ପିଏସଆଇ ମାନ୍ୟତା ର ସଂସ୍ଥା ହିଁ ବାଛନ୍ତୁ : ଦ୍ୱାଦଶ ପରେ ଛାତ୍ର ଯଦି ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ ସହିତ ବାୟୋଟେକନୋଲୋଜି ବା ଗଣିତରେ ବୋର୍ଡ ପରୀକ୍ଷା ପାସ୍ କରିଛନ୍ତି । ସେହି ଛାତ୍ର ଫାର୍ମାସୀର ଡିଗ୍ରୀ ବା ଡିପ୍ଲୋମାରେ ଆଡମିଶନ୍ କରିପାରିବେ । ସଂସ୍ଥାରେ ଆଡମିଶନ୍ କରିବା ପୂର୍ବରୁ ଛାତ୍ର ଏବଂ ଅଭିଭାବକ ସଂସ୍ଥାର ପିଏସଆଇ(ଫାର୍ମାସୀ କାଉନସିଲ ଅଫ୍ ଇଣ୍ଡିଆ)ରୁ ମାନ୍ୟତାର ଯାଂଚ ଅବଶ୍ୟ କରିନିଅନ୍ତୁ ।