ଦୀର୍ଘ ୧୧ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଜାଠ୍ ଆନ୍ଦୋଳନ:ସଂରକ୍ଷଣ ଦାବିରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଜାଠ୍

24

କନକ ବ୍ୟୁରୋ : ଦୀର୍ଘ ୧୧ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଜାଠ୍ ଆନ୍ଦୋଳନ । ସଂରକ୍ଷଣ ଦାବିରେ ଆଜିଠୁ ପୁଣି ଆନ୍ଦୋଳନକୁ ଓହ୍ଲାଉଛନ୍ତି ଜାଠ୍ । ବିଭିନ୍ନ ସଂଗଠନ ପକ୍ଷରୁ ଶାନ୍ତିପୂଣ୍ଣ ଆନ୍ଦୋଳନ କରିବାକୁ କୁହାଯାଇଛି । ତେବେ ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି । ପ୍ରଶାସନ ଓ ପୁଲିସଙ୍କୁ ଆଲର୍ଟ ରଖାଯାଇଛି । କେନ୍ଦ୍ରକୁ ରାଜ୍ୟ ୫୫ କମ୍ପାନୀ ଯବାନ ମାଗିଛି ।

ରାଜ୍ୟର ୧୯ଟି ଜିଲ୍ଲାରେ ଜାଠ୍ ଆନ୍ଦୋଳନ ହେବ । ଏଥିପାଇଁ ପ୍ରତିଶୋଧ ମୁତାବକ ରୋହତକରେ ୧୪୪ ଧାରା ଜାରି କରାଯାଇଛି । ଜାତୀୟ ଓ ରାଜ୍ୟ ରାଜପଥ ଏବଂ ସହର ମଧ୍ୟରେ ଥିବା ଷ୍ଟେସନଠାରୁ ୫ ଶହ ମିଟର ଦୂରରେ ୫ରୁ ଅଧିକ ଲୋକଙ୍କ ସମାବେଶ ଉପରେ କଟକଣା ଲଗାଯାଇଛି । ଗତବର୍ଷ ହୋଇଥିବା ଆନ୍ଦୋଳନରେ ହିଂସା ଘଟି ୩୦ ଜଣ ପ୍ରାଣ ହରାଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତି ପୋଡାଜଳା ହୋଇଥିଲା ।