ଆଫତାବ ଶିବଦାସାନୀ କଲେ ଦ୍ୱିତୀୟ ବିବାହ ! ରାଜକୀୟ ଢ଼ଙ୍ଗରେ ହାତୀ ଚଢ଼ି ଆସି ନେଇଗଲେ କନ୍ୟା

62

ଦ୍ୱିତୀୟ ବିବାହ କଲେ ଆଫତାବ ଶିବଦାସାନୀ । ନିକଟରେ ଖବର ଆସୁଛି ବଲିଉଡ଼ ଅଭିନେତା ଆଫତାବ ଶିବଦାସାନୀ ଦ୍ୱିତୀୟ ବିବାହ କରିଛନ୍ତି । ଚମକି ପଡ଼ୁଛନ୍ତି କି ? ଆପଣ ଭାବୁଥିବେ ଆଫତାଭ ତାଙ୍କ ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କାହିଁକି କରୁଛନ୍ତି ? ଆଉ ଉଭୟଙ୍କ ଭିତରେ ସମ୍ପର୍କ ଖରାପ ହେବାର ମଧ୍ୟ କିଛି ଖବର ଆସିନି । ଆରେ ଏତେ ଚିନ୍ତା କରନ୍ତୁନି କି ବ୍ୟସ୍ତ ହୁଅନ୍ତୁନି, କାରଣ ବ୍ୟସ୍ତ ହେବାର କିଛି କାରଣ ନାହିଁ ।

ଆଫତାବ ତାଙ୍କ ସ୍ତ୍ରୀ ନିନ ଦୁସାଂଜକଙ୍କୁ ହିଁ ଆଉ ଥରେ ବିବାହ କରିଛନ୍ତି । ୨୯ ଅଗଷ୍ଟରେ ଉଭୟ ଶ୍ରୀଲଙ୍କାରେ ବିବାହ କରିଛନ୍ତି । ଉକ୍ତ ବିବାହ ସମୟର ଫଟୋ ଏବେ ସାମ୍ନାକୁ ଆସିଛି । ଆଫତାଭ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ବିବାହ ସମୟରୁ ସବୁ ଫଟୋ ଶେୟାର କରିଛନ୍ତି । ଯେତେବେଳ ଆଫତାବ ପ୍ରଥମ ଥର ବିବାହ କରିଥିଲେ ସେ ସମୟର କିଛି ଫଟୋ ସାମ୍ନାକୁ ଆସି ନଥିଲା । ତେବେ ଦ୍ୱିତୀୟ ବିବାହର ଫଟୋ ବହୁତ ସୁନ୍ଦର ଲାଗୁଛି ।

ଏହି ବିବାହରେ ଆଫତାବଙ୍କ ସ୍ତ୍ରୀ ନିନ ଏକ ଗୋଲାପୀ ରଙ୍ଗରେ ଲେହଙ୍ଗା ପିନ୍ଧିଥିଲେ ଏବଂ ଖୁବ ଆର୍କଷଣୀୟ ଲାଗୁଛନ୍ତି । ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଛି ବିବାହ । ବିବାହରେ ଆଫତାବଙ୍କ ପ୍ରିୟ ବନ୍ଧୁ ତଥା ବିଲିଉଡ଼ ଅଭିନେତା ତୁଷାର କପୁର ମଧ୍ୟ ଯୋଗ ଦେଇଥିଲେ । ତୁଷାର ମଧ୍ୟ ଏହି ବିବାହର କିଛି ଫଟୋ ଶେୟାର କରିଛନ୍ତି ।
ସୂଚନାଯୋଗ୍ୟ ୨୦୧୬ରେ ଆଫତାବ ପ୍ରଥମ ଥର ବିବାହ କରିଥିଲେ । ନିନ ଓ ଆଫତାବଙ୍କ ପ୍ରଥମ ସାକ୍ଷାତ ଉଭୟଙ୍କ ଜଣେ ସାଙ୍ଗର ବୁକ ଲଂଚ ସମୟରେହୋଇଥିଲା । ବିବାହ ପୂର୍ବରୁ ନିନ ମଡ଼େଲିଙ୍ଗ କରୁଥିଲେ । ଏହା ବ୍ୟତୀତ ଏକ ବିଳାଶପୂର୍ଣ୍ଣ ବ୍ରାଂଡ ଇଣ୍ଡଷ୍ଟ୍ରୀର କନସଲଟାଂଟ ଥିଲେ ନିନ । ନିନଙ୍କ ବଡ଼ ଭଉଣୀ ପରବୀନ ଦୁସାଂଜ । ପରବୀନ ନିଜ ଠାରୁ ୨୯ ବର୍ଷ ବଡ଼ ଅଭିନେତା କବୀର ବେଦୀଙ୍କୁ ବିବାହ କରିଥିଲେ । ଏହି ହିସାବରେ ଆଫତାଭ କବୀରଙ୍କ ଶଢ଼ୁ ହେବେ ।

ତେବେ ଫଟୋରୁ ଯାହା ଲାଗୁଛି ଏଥର ଆଫତାବଙ୍କ ବିବାହ ଖୁବ ଧୁମଧାମରେ ହୋଇଛି । ଖୁବ ରାଜକୀୟ ଢ଼ଙ୍ଗରେ ବିବାହ କରିଛନ୍ତି ଆଫତାବ । ବିବାହରେ ମେହେନ୍ଦୀ, ହଲଦୀ ଓ ସଙ୍ଗୀତ ପରି ପରମ୍ପରା ପାଳିତ ହୋଇଥିଲା । ଆଫତାଭ ହାତୀରେ ଚଢ଼ି ବିବାହ କରବା ପାଇଁ ଆସିଥିଲେ । ଆଉ ନିନ ଡୋଲିରେ ମଣ୍ଡପକୁ ପହଞ୍ଚି ବିବାହ କରିିଥିଲେ ।