ଗାଧୋଇବା ପାଇଁ ନଥାଏ ଅନୁମତି : ତଥାପି ସବୁଠାରୁ ସୁନ୍ଦର ମହିଳାରେ ହୁଅନ୍ତି ପରିଗଣତି, ଜାଣନ୍ତୁ ଏହାର କାରଣ

34

ଜୀବନସାରା କେବେ ନ ଗାଧୋଇ ରହିବା ଅସମ୍ଭବ କଥା କିନ୍ତୁ ଆଫ୍ରିକାର ନର୍ଥ ନାମ୍ବିଆର କୁନୈଲ ପ୍ରାନ୍ତରେ ରହୁଥିବା ହିମ୍ବା ଜନଜାତିର ମହିଳାମାନେ କେବେ ବି ଗାଧାନ୍ତି ନାହିଁ । ପ୍ରକୃତ କଥା ହେଲା ସେମାନଙ୍କୁ ଗାଧୋଇବା ତ ବହୁ ଦୂର କଥା ପାଣିରେ ହାତ ଧୋଇବା ପାଇଁ ମଧ୍ୟ ଅନୁମତି ନଥାଏ । ତଥାପି ସେମାନଙ୍କୁ ଆଫ୍ରିକାର ସବୁଠାରୁ ସୁନ୍ଦରୀ ମହିଳା ରୂପେ ପରିଗଣିତ କରାଯାଏ ।

କୁନୈଲ ପ୍ରାନ୍ତରେ ହିମ୍ବା ଜନଜାତିର ପ୍ରାୟ ୨୦ରୁ ୫୦ ହଜାର ଲୋକ ବସବାସ କରନ୍ତି । ହିମ୍ବାର ଆଦିବାସୀ ମହିଳା ମାନଙ୍କୁ ଗଧୋଇବା ପାଇଁ ଅନୁମତି ନାହିଁ, ତେଣୁ ନିଜକୁ ସଫାସୁତୁରା ରଖିବା ପାଇଁ ସେମାନେ ଏକ ନିଆରା ଉପାୟ ଅବଲମ୍ବନ କରି ଥାଆନ୍ତି ।

ଶରୀରକୁ ସଫା ରଖିବା ପାଇଁ ଏଇ ମହିଳାମାନେ ଏକ ପ୍ରକାର ଖାସ ଜଡବୁଟିକୁ ପାଣିରେ ସିଝାଇ ତାହାର ବାଷ୍ପ ଦ୍ୱାରା ଶରୀରକୁ ସଫା ରଖନ୍ତି । ଏପରି କରିବା ଦ୍ୱାରା ସେମାନଙ୍କ ଶରୀରୁ ଗନ୍ଧ ନହେବା ସହ ତ୍ୱଚାରୁ ଜଡିିବୁଟିର ସୁଗନ୍ଧ ମଧ୍ୟ ବାହାରେ । ଏଇ ପ୍ରଜାତିର ମହିଳାମାନେ ନିଜକୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ପାଇଁ ଏକ ଖାସ ଲୋସନ ବ୍ୟବହାର କରନ୍ତି । ଏହି ଲୋସନ ପଶୁର ଚର୍ବି ଓ ହେମାଟାଇଟର ଧୂଳିରୁ ତିଆରି ହୋଇଥାଏ । ହେମାଟାଇଟର ଧୂଳି ବ୍ୟବହାର ଯୋଗୁଁ ତାଙ୍କ ତ୍ୱଚାର ରଙ୍ଗ ଲାଲ ହୋଇଯାଏ । ଏଇ ଖାସ ଲୋସନ ସେମାନଙ୍କୁ ପୋକଯୋକ କାମୁଡାରୁ ମଧ୍ୟ ରକ୍ଷା କରିଥାଏ ।