ସପିଂ ମଲରେ ସାପ ! ରେଫ୍ରିଜିରେଟରରୁ ଉଦ୍ଧାର ହେଲା ୧୨ ଫୁଟର ଅଜଗର

22

ସପିଂ ମଲରେ ସାପ । ରେଫ୍ରିଜିରେଟର ଭିତରୁ ଉଦ୍ଧାର ହେଲା ୧୨ ଫୁଟର ବିଶାଳ ଅଜଗର । ଘଟଣାଟି ଘଟିଛି ସାଉଥ୍ ଅଫ୍ରିକାର ଏକ ସପିଂ ମଲରେ ।

ଏନଡିଟିଭିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଜଣେ ମହିଳା ରେଫ୍ରିଜିରେଟର ମଧ୍ୟରୁ ଗ୍ରୋସେରୀ ଜିନିଷ ଆଣିବା ବେଳେ ଏହି ଅଜଗର ଶରୀରରେ ହାତ ବାଜିଥିଲା । ତେବେ ସୌଭାଗ୍ୟ ବସତଃ ଅଜଗରଟି ସେହି ସମୟରେ ଶୋଇଥିବାରୁ ମହିଳା ଜଣକ ବଂଚି ଯାଇଥିଲେ । ଭୟଭୀତ ହୋଇ ମହିଳା ଜଣକ ଡାକିବାରୁ ଏହି ବିଶାଳ ଅଜଗରକୁ ଉଦ୍ଧାର କରାଯାଇଥିଲା । ତେବେ ନ୍ୟାସନାଲ୍ ପାର୍କରେ ଛଡା ଯାଇଛି ।

ମ୍ୟାନେଜରଙ୍କ କହିବା ଆନୁଯାୟୀ, ସପିଂ ମଲର ଚାରିପଟେ ଅନେକ ବୁଦା ରହିଛି । ଯାହା ଫଳରେ ଅଧିକାଂଶ ସମୟରେ ମଲ୍ ଭିତରକୁ ସାପ ପଶି ଆସିଥାନ୍ତି ।