ବିଶ୍ୱ କ୍ରିକେଟରେ ଟେଷ୍ଟ ସଦସ୍ୟଙ୍କ ସଂଖ୍ୟା ବଢିଲା ! ଆଫଗାନିସ୍ତାନ ଓ ଆୟରଲାଣ୍ଡଙ୍କୁ ମିଳିଲା ଟେଷ୍ଟ ମାନ୍ୟତା

26

କନକ ବ୍ୟୁରୋ : ବିଶ୍ୱ କ୍ରିକେଟରେ ଆଉ ଦୁଇଟି ଦଳକୁ ଟେଷ୍ଟ ମାନ୍ୟତା ଦେଇଛି ଆଇସିସି । ଆଫଗାନିସ୍ତାନ ଓ ଆୟରଲାଣ୍ଡକୁ ଏହି ମାନ୍ୟତା ମିଳିଛି । ଫଳରେ ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟ ସଂଖ୍ୟା ୧୦ରୁ ୧୨କୁ ବୃଦ୍ଧି ପାଇଛି । ଦୁଇ ଦଶନ୍ଧି ତଳେ ବାଂଲାଦେଶକୁ ଟେଷ୍ଟ ମାନ୍ୟତା ମିଳିବା ପରେ ପ୍ରଥମ ଥର ପାଇଁ ଆଇସିସି ଅନ୍ୟ କୌଣସି ଦଳକୁ ଏହି ମାନ୍ୟତା ଦେଇଛି । ଲଣ୍ଡନରେ ଚାଲିଥିବା ବୈଠକରେ ସମସ୍ତଙ୍କ ସମର୍ଥନରେ ଏହି ନିଷ୍ପତି ନିଆଯାଇଛି ।