ରାଜଧାନୀରେ ଲଭ ସେକ୍ସ ଧୋକ୍କାର ଅଭାବନୀୟ ଘଟଣା । ଆମେରିକାରେ ରହୁଥିବା ସ୍ୱାମୀଙ୍କୁ ଛାଡପତ୍ର ପାଇଁ ପ୍ରସ୍ତାବ ଦେବା ପରେ ବିବାହ ପାଇଁ ରାଜି ହେଲାନି ପ୍ରେମିକ

88

କନକ ବ୍ୟୁରୋ: ଅତ୍ୟନ୍ତ ଅଭାବନୀୟ ଘଟଣା । ସ୍ୱାମୀକୁ ଛାଡପତ୍ର ପାଇଁ ପ୍ରସ୍ତାବ ଦେବାପରେ ବିବାହ କରିବାକୁ ରାଜି ହେଉନାହାନ୍ତି ପୁରୁଷ ବନ୍ଧୁ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏହି ଘଟଣା । ଆମେରିକାରେ ସ୍ୱାମୀ ସହ ମତାନ୍ତର ପରେ ଓଡିଶା ଫେରିଆସିଥିବା ଏହି ମହିଳା ଜଣଙ୍କ ଆଉ ଜଣେ ପୁରୁଷ ବନ୍ଧୁଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଏପରିକି ପୁରୁଷ ବନ୍ଧୁ ଜଣଙ୍କ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ତେଣୁ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ପାଇଁ ମହିଳା ପ୍ରସ୍ତୁତ ହେଉଥିବା ବେଳେ ଏବେ ପୁରୁଷ ବନ୍ଧୁ ଜଣଙ୍କ ବିବାହ କରିବାକୁ ରାଜି ହେଉନାହାନ୍ତିା

ଏ ଏକ ଏମିତି ଏକ କାହାଣୀ , ଯାହାକୁ ଶୁଣିଲେ ବିବାହ ପରେ ଆଉ ଗୋଟେ ସମ୍ଫର୍କକୁ ମନ ବଳାଉଥିବା ମହିଳା ଟିକେ ପଛକୁ ଘୁଂଚି ଯିବେ । ଏହି ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ବେଶ ଖୁସିରେ ଜୀବନ କାଟୁଥିଲେ,ରଙ୍ଗିନ ଲାଇଫ ଷ୍ଟାଇଲ ରେ ଉଭୟ ସ୍ୱାମୀ ଓ ସ୍ତୀ ମଜି ଯାଇଥିଲେ । ମଝିରେ ମହିଳା ଜଣକ ଓଡିଶା ଆସିଥିବା ସମୟରେ ଉଭୟ ପତି ପତ୍ନୀଙ୍କ ଜୀବନରେ ଏକ ନୁଆମୋଡ ଚାଲି ଆସିଥିଲା । ମହିଳା ଜଣକ ଜଣେ ଯୁବକଙ୍କ ପ୍ରେମରେ ପଡିଯାଇଥିଲେ । ଧିରେ ଧିରେ ଏହି ପ୍ରେମ ଆହୁରି ଗଭୀର ହେବାକୁୂ ଲାଗିଲା ।ଏବଂ ନିଜ ସ୍ୱାମୀଙ୍କୁ ଭୁଲି ଯାଇ ମହିଳା ଜଣଙ୍କ ନୂଆ ଜୀବନର ପରିକଳ୍ପନା କଲେ,ଏବଂ ଦୁହିିଁଙ୍କ ଭିତରେ ଶାରିରୀକ ସର୍ମ୍ଫକ ଗଢିଉଠିଥିଲା ।

ତେବେ ଅଗ୍ନୀକୁ ସାକ୍ଷୀ ରଖି ଯେଉଁ ମଣିଷ ସହ ଜୀବନରେ ସବୁ ଯୁଦ୍ଧ ଲଢିବେ ବୋଲି ପଣ କରିଥିଲେ । ତାଙ୍କୁ ଛାଡିଦେଇ ଆଉ ଏକ ପ୍ରେମରେ ପଡିବା କେତେ ବଡ ଭୁଲ ଥିଲା, ତାହା ଏହି ମହିଳା ଜଣକ ଏବେ ବୁଝିପାରିଛନ୍ତି । ତାଙ୍କୁ ଧୋକା ଦେଇଥିବା ଯୁବକଙ୍କ ବିରୋଧରେ ଏକ ଆଇନର ଲଢେଇ ଲଢିବାକୁ ନିଷ୍ପତି ନେଇଛନ୍ତି ମହିଳା ଜଣକ । କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ମହିଳା ।