ଲ୍ୟାଣ୍ଡିଂ ବେଳେ ରନୱେରୁ ଖସି ସମୁଦ୍ର କୂଳରେ ଲାଗିଲା ବିମାନ ! ଅଳ୍ପକେ ରକ୍ଷା ପାଇଗଲେ ୧୬୨ ଜଣ ଯାତ୍ରୀ , ସୋସିଆଲ ମିଡିଆରେ ଫଟୋ ଭାଇରାଲ

60

ଏବେ ଅଧିକାଂଶ ସମୟରେ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । କେତେବେଳେ ମଝି ଆକାଶରେ ବିମାନ ଦୁର୍ଘଟଣାଗସ୍ତ ହେଉଛି ତ ପୁଣି କେବେ ରନୱେରେ । ଏପରିକି ମଝିରେ ମଝିରେ ପାଇଲଟଙ୍କ ମଧ୍ୟରେ ଦେଖାଦେଉଥିବା ବିବାଦ ବିମାନ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛି । କିନ୍ତୁ ରବିବାର ତୁର୍କୀରେ ଏକ ବୋଇଙ୍ଗ ବିମାନ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଛି । ତୁର୍କୀ ଏୟାରପୋର୍ଟରେ ବୋଇଙ୍ଗ ବିମାନ ଲ୍ୟାଣ୍ଡିଂ କରିବା ବେଳେ ରନୱେରୁ ବିମାନଟି ଖସିଯାଇଥିଲା ତେବେ ସୋଭାଗ୍ୟବଶତଃ ଏହି ବିମାନଟି ସମୁଦ୍ରକୁ ଯିବା ପୂର୍ବରୁ କୂଳରେ ଲାଖି ରହିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

llଦୁର୍ଘଟଣାଗସ୍ତ ହୋଇଥିବା ବିମାନଟି ପେଗସସ ଏୟାରଲାଇନ୍ସର ବିମାନ । ତୁର୍କୀର ରାଜଧାନୀ ଅଙ୍କରାରୁ ବିମାନଟି ଟ୍ରେବଜନ ଅଭିମୁଖେ ଯାତ୍ରା କରିଥିଲା । ତେବେ ଟ୍ରେବଜନରେ ଲ୍ୟାଣ୍ଡିଂ କରିବାର କିଛି ସମୟ ମଧ୍ୟରେ ହିଁ ବିମାନଟି ରନୱେରୁ ଖସିଯାଇ ସମୁଦ୍ର ଆଡକୁ ମାଡି ଯାଇଥିଲା । ତେବେ କୌଣସି ବଡ ଦୁର୍ଘଟଣା ହେବା ପୂର୍ବରୁ ଏହି ବିମାନଟି ସମୁଦ୍ରକୂଳରେ ଅଟକି ରହିଥିଲା । ବିମାନରେ ମୋଟ ୧୬୨ ଜଣ ଯାତ୍ରୀ, ୪ ପାଇଲଟ ଆଟେଣ୍ଡାଟ ଓ ୨ ଜଣ ପାଇଲଟ ଥିଲେ । ତେବେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଯାହା କୌଣସି ଚମକ୍ରାର ଠାରୁ ମଧ୍ୟ କମ ନଥିଲା ।

ତେବେ ବିମାନଟି ହଠାତ୍ କିପରି ରନୱେରୁ ଖସିଲା ତାହାର ପ୍ରକୃତ କାରଣ ଜଣା ପଡିନଥିଲେ ସୁଦ୍ଧା ବିମାନରେ ପକ୍ଷୀ ବାଜିବାରୁ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି । ରିପୋର୍ଟ ଅନୁଯାୟୀ, ବିମାନଟି ଦୁର୍ଘଟଣାଗସ୍ତ ହେବା ସମୟରେ ଘଣ୍ଟା ପ୍ରତି ୨୦୪ କିମି ବେଗରେ ଯାତ୍ରା କରୁଥିଲା । କିଛି ଯାତ୍ରୀଙ୍କ କହିବା ଅନୁଯାୟୀ, ବିମାନର ଭିତର ପାଶ୍ୱର୍ରେ ତେଲ ଗନ୍ଧ ହେଉଥିଲା ଏପରିକି କିଛି ସମୟ ମଧ୍ୟରେ ଯେପରି ବିମାନରେ ଯେପରି ବିସ୍ପୋରଣ ହେବ ସେଭଳି ଲାଗୁଥିଲା । କିନ୍ତୁ ଅନ୍ୟ ଯାତ୍ରୀଙ୍କ କହିବା ଅନୁଯାୟୀ, ବର୍ଷା ହେବା କାରଣରୁ ରନୱେ ଓଦା ହୋଇଯାଇଥିଲା । ଫଳରେ ବିମାନଟି ଲ୍ୟାଣ୍ଡିଂ କରିବା ସମୟରେ ରନୱେରୁ ଖସି ଯାଇଥିଲା ।