‘ବ୍ରେକ୍ ଅପ୍’ରେ ଡ୍ୟାନ୍ସ କଲେ ରଣବୀର୍ ଓ ଅନୁଷ୍କା ! ରିଲିଜ୍ ହେଲା ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ’ର ଆଉ ଏକ ଗୀତ

47

ଶେଷ ହେଲା ଦର୍ଶକଙ୍କ ଅପେକ୍ଷା । ରିଲିଜ୍ ହୋଇଛି ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ର ବହୁ ପ୍ରତିକ୍ଷୀତ ‘ବ୍ରେକ୍ ଅପ୍’ ଗୀତ । ଫିଲ୍ମର ଅନ୍ୟ ଗୀତ ପରି ଏଥିରେ କିନ୍ତୁ କୌଣସି ଇମୋସନାଲ୍ ଡ୍ରାମା ନାହିଁ । ବରଂ ଏହି ପାର୍ଟି ଗୀତରେ ରହିଛି ଅନୁଷ୍କା ଓ ରଣବୀରଙ୍କ ଜୋରଦାର୍ ଠୁମକା । ଯାହାକୁ ଦେଖିଲେ ଲାଗୁଛି ବ୍ରେକ୍ ଅପକୁ କାଫି ଉପଭୋଗ କରୁଛନ୍ତି ଏହି ଯୋଡି ।

ଏହା ପୂର୍ବରୁ ରିଲିଜ୍ ହୋଇଥିବା ଫିଲ୍ମର ଅନ୍ୟ ଗୀତଗୁଡିକ ହିଟ୍ ହେବା ସହ ଦର୍ଶକଙ୍କ ହୃଦୟକୁ ମଧ୍ୟ ଛୁଇଁଛି । କରଣ ଜୋହରଙ୍କ ନିର୍ଦେଶିତ ଏହି ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅନୁଷ୍କା ଶର୍ମା, ରଣବୀର କପୁର ଓ ଫୱାଦ୍ ଖାନ୍ । ତେବେ ଐଶ୍ୱର୍ଯ୍ୟା ଓ ରଣବୀରଙ୍କ ବୋଲ୍ଡ ସିନ୍ ପାଇଁ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହିଛି ଫିଲ୍ମଟି । ଅକ୍ଟୋବର ୨୮ରେ ରିଲିଜ୍ ହେବ ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ ।

‘ବ୍ରେକ୍ ଅପ୍’ରେ ରଣବୀର୍ ଓ ଅନୁଷ୍କାଙ୍କ ଡ୍ୟାନ୍ସ ଦେଖନ୍ତୁ ଏହି ଭିଡିଓରେ :

ଏହା ସହ ଦେଖନ୍ତୁ ରିଲିଜ୍ ହୋଇଛି ରୋମାଣ୍ଟିକ୍ ମୁଭି ‘ବେଫିକ୍ରେ’ର ଟ୍ରେଲର୍ : ଫିଲ୍ମରେ ରହିଛି ରଣବୀର ଓ ବାଣୀଙ୍କ ଜବରଦସ୍ତ ଲଭ୍ ସିନ୍