‘ଏ ଦିଲ୍ ହୈ ମୁସ୍କିଲ୍’ ଓ “ଶିବାୟ’ର ବକ୍ସ ଅଫିସ କଲେକସନରେ କିଏ ମାରିଲା ବାଜି !

26

ଶୁକ୍ରବାର ରିଲିଜ ହୋଇଯାଇଛି ଦୁଇ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’ “ଶିବାୟ’ । ଏଡଭାନସ ବୁକିଂରେ କରନଙ୍କ ପିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’ ବାଜି ମାରି ନେଇଥିଲା । ଏବେ ନଜର ପକାଇବା ପ୍ରଥମ ଦିନ ବକ୍ସ ଅଫିସ କଲେକସନରେ କିଏ ଅଛି ଆଗରେ ।

ରିପୋର୍ଟ ଅନୁସାରେ କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’ର ପ୍ରଥମ ଦିନ ୧୩.୨୫ କୋଟି ଟଙ୍କା କଲେକସନ କରିବାରେ ସଫଳ ହୋଇଛି । ଏପଟେ “ଶିବାୟ’ର ପ୍ରଥମ ଦିନ କଲେକସନ ହେଉଛି ୮.୨୫ କୋଟି । “ଏ ଦିଲହେ ମୁସ୍କିଲ’ ରଣବୀର କପୁରଙ୍କ ଲାଷ୍ଟ ରିଲିଜ ଫିଲ୍ମ “ତମାଶା’ ର ପ୍ରଥମ ଦିନର କଲେକସନର ରେକର୍ଡ କାଟିଥିବା ଜଣା ପଡିଛି ।

“ତମାଶା’ ପ୍ରଥମ ଦିନ କଲେକସନ ତିଲା ୧୦.୮୭ କୋଟି । ଏପଟେ “ଶିବାୟ’ ଅଜୟଙ୍କ ପୂର୍ବ ଫିଲ୍ମ “ଦୃଶ୍ୟମ’ର ପ୍ରଥମ ଦିନ ରେକର୍ଡ ଭାଙ୍ଗିଛି । “ଦୃଶ୍ୟମ’ ପ୍ରଥମ ଦିନ ୮.୫ କୋଟି ଟଙ୍କା କଲେକସନ କରିଥିିଲା ବୋଲି ସୂଚନା ମିଳିଛି ।

‘ଏ ଦିଲ୍ ହୈ ମୁସ୍କିଲ୍’କୁ ରିଲିଜ ପାଇଁ ଅଧିକ ମଲ୍ଟିପ୍ଲେକ୍ସ ସ୍କ୍ରିନ ମିଳିଥିବା ବେଲେ ଅଜୟଙ୍କୁ ମିଳିଥିଲା ସିଙ୍ଗିଲ ସ୍କ୍ରିନ । ସମସ୍ତେ ଜାଣନ୍ତି କରନ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ପାଇଁ ବହୁ ବିବାଦରେ ଫସିଥିଲା ।