ଓକିଲ-ପୋଲିସ୍ ବିବାଦ । ଚାର୍ଜସିଟ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ, କାଲି ସୁଦ୍ଧା ଦାଖଲ ପାଇଁ ନିର୍ଦ୍ଦେଶ ।

କନଷ୍ଟେବଳଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

97

କନକ ବ୍ୟୁରୋ: ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ମାମଲାର ଆଜି ହୋଇପାରିଲା ନାହିଁ ଶୁଣାଣି । ସୂଚନା ମୁତାବକ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ନ କରିପାରିବାରୁ ଆସନ୍ତାକାଲି ଶୁଣାଣି କରାଯିବ । ଆସନ୍ତାକାଲି ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କନଷ୍ଟେବଳଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆଜି ହାଇକୋର୍ଟଙ୍କ ଖଣ୍ଡପୀଠରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ମାମଲାର ଶୁଣାଣି ହେବାର ଥିଲା । କିନ୍ତୁ କ୍ରାଇମବ୍ରାଞ୍ଚ ଆଇଜି ଚାର୍ଜସିଟ୍ ଦାଖଲ କରି ପାରି ନ ଥିଲେ । ଯାହା ଫଳରେ ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି ହାଇଗୋର୍ଟ । ଅନ୍ୟପକ୍ଷରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ମାଗିଥିବା ୬ ସପ୍ତାହ ସମୟ ଅବଧି ଉପରେ ଆଲୋଚନା ହୋଇଥିଲା ।

ଅନ୍ୟପଟେ ପୋଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ଉପରେ ରୋକ ଲଗାଯାଇଛନ୍ତି କୋର୍ଟ । ତଦନ୍ତ ନ ସରିବା ଯାଏଁ ନିଲମ୍ବନ ପ୍ରତ୍ୟାହାର ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ରାୟ ଶୁଣାଇଛନ୍ତି ।