ଅଶ୍ଳୀଳ ଭିଡିଓରେ ଅଙ୍କୁଶ ଲଗାଇବାକୁ ଆଡଭାଇଜରୀ ଜାରିକଲା ପୁଲିସ ! ଭିଡିଓ ଭାଇରାଲ କଲେ ୫ରୁ ୭ ବର୍ଷ ଜେଲ

62

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିବା ପରେ ଏହା ଉପରେ ଲଗାମ୍ ଲାଗାଇବା ପାଇଁ ଅଂଟା ଭିଡିଛି ପୁଲିସ୍ । ଏନେଇ ଆଜି ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି । ଭାଇରଲ ଭିଡିଓ ନେଇ ଆଜି ଆଡଭାଇଜରି ଜାରି କରିଛି ରାଜ୍ୟ ପୋଲିସ୍ । ସବୁ ଜିଲ୍ଲାର ଏସପିଙ୍କୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିରେ କୁହାଯାଇଛି ଆପତ୍ତିଜନକ ଭଡିଓ ଭାଇରାଲ୍ କରିବା ବେଆଇନ୍ । ଭିଡିଓ ଭାଇରାଲ କଲେ ୫ରୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ । ସାରା ରାଜ୍ୟରେ ସାଂଘାତିକ ରୂପ ନେଉଛି ସୋସିଆଲ୍ ମିଡିଆରେ ଅଶ୍ଲୀଳ ଭାଇରାଲ୍ ଭିଡିଓ । ହାତରେ ସ୍ମାର୍ଟ ଫୋନ୍- ଯୁବତୀଙ୍କ ଇଜ୍ଜତ ଲୁଟିବାରେ ଲାଗିଛି । ଅନ୍ତରଙ୍ଗ ମୁହୂର୍ତ୍ତର ଭିଜୁଆଲ୍ ଧରି କେହି ବ୍ଲାକ୍ ମେଲ୍ କରୁଛି, ତ ଆଉ କିଏ ମଜା ନେଉଛି ।

viral videoଅଶ୍ଲୀଳ ଭିଡିଓ ଭାଇରାଲ୍ କରୁଥିବା ଲୋକଙ୍କୁ ଏଭଳି ଢ଼ଙ୍ଗରେ ଆଇନର କଥା ମନେପକାଇ ଦେଇଛନ୍ତି ପୋଲିସ୍ ଡିଜି । ଭୁବନେଶ୍ୱରରେ ଷ୍ଟେଟ୍ ସାଇବର୍ ଫୋରେନସିକ୍ ଲ୍ୟାବ୍ ଉଦଘାଟନ ସମୟରେ ଡିଜି କହିଛନ୍ତି, ନୂଆକରି ପ୍ରତିଷ୍ଠା ହୋଇଥିବା ସାଇବର୍ ଫୋରେନ୍ସିକ୍ ଲ୍ୟାବ୍ ଆପତ୍ତିଜନକ ଭିଡିଓର ମୂଳ ଖୋଜିବାରେ ସହାୟକ ହେବ । ପୂର୍ବରୁ ହାଇଦ୍ରାବାଦ, କୋଲକାତା ଓ ଚଣ୍ଡୀଗଡ଼ ଲାବରୋଟେରୀରୁ ରିପୋର୍ଟ ପାଇବା ପାଇଁ ବହୁତ ସମୟ ଲାଗୁଥିଲା ବେଳେ ଏବେ ଏହି ରିପୋର୍ଟ ଶୀଘ୍ର ମିଳିବ ଓ ଅନୁସନ୍ଧାନ ସହଜ ହୋଇପାରିବ ବୋଲି ଶର୍ମା କହିଛନ୍ତି ।

କେନ୍ଦ୍ର ସରକାର ମହିଳାଙ୍କ ନିରାପତ୍ତା ସୁରକ୍ଷା ପାଇଁ ନିର୍ଭୟା ପାଣ୍ଠିରୁ ସହାୟତା ନେବାକୁ ଏପ୍ରିଲ ମାସରୁ ଚିଠି କଲେଣି । ଏ ନେଇ ରାଜ୍ୟ ସରକାର ନୂଆ ପ୍ରକଳ୍ପ ଦାଖଲ କରିପାରିବେ ଓ କେନ୍ଦ୍ର ଏଥିପାଇଁ ୬୦ ପ୍ରତିଶତ ଅର୍ଥ ଯୋଗାଇ ଦେବ । ମାତ୍ର ଓଡ଼ିଶା ଏପର୍ଯ୍ୟନ୍ତ ଏଥିପାଇଁ କୌଣସି ପ୍ରକଳ୍ପ ଦାଖଲ କରିନଥିବା ଜଣାପଡ଼ିଛି ।