ଲଣ୍ଡନ ବସରେ ଓଡିଶାର ଐତିହ୍ୟ ଛବି : କ୍ରୀଡା ମହାକୁମ୍ଭ ପୁରୁଷ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ

89

କନକ ବ୍ୟୁରୋ: ବିଶ୍ୱ ଦେଖୁଛି ଓଡିଶାର ଐତିହ୍ୟ ଛବି । ଲଣ୍ଡନ ବସରେ ଲାଗିଲା ଓଡିଶା ଐତିହ୍ୟର ଲୋଗୋ । ଆସନ୍ତା ନଭେମ୍ବର ମାସରୁ ଓଡିଶାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ ୨୦୧୮ । ଯାହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ତରଫରୁ ହୋଇଛି ପ୍ରଚାର ଅଭିଯାନ । ଏହି ପ୍ରଚାର ଅଭିଯାନର ଟାଇଟେଲ ନାଁ ‘ଓଡିଶା ବାଏ ମର୍ଣ୍ଣିଙ୍ଗ, ହକି ବାଏ ଇଭିନିଙ୍ଗ’ ରଖାଯାଇ ଲଣ୍ଡନର ସିଟି ବସରେ ପଦର୍ଶିତ ହେଉଛି ଓଡିଶାର ଐତିହ ଓ ପର୍ଯ୍ୟଟନ ସ୍ଥଳୀ । ଏହି ବିଜ୍ଞାପନ ଦାୟିତ୍ୱରେ ଥିବା ସଚିନ ଦାସବର୍ମା କହିଛନ୍ତି ଯେ, ହକିପ୍ରେମୀ ମାନଙ୍କୁ ଓଡିଶା ଆସିବା ପାଇଁ ଏହା ଏକ ପ୍ରୟାସ । ଏବଂ ସମସ୍ତ ମ୍ୟାଚ ସନ୍ଧ୍ୟାରେ ଥିବାବେଳେ ବିଦେଶରୁ ଆସିଥିବା ହକିପ୍ରେମୀଙ୍କୁ ସକାଳେ ଅନେକ ସମୟ ମିଳିବ, ଏହାରି ମଧ୍ୟରେ ସେ ରାଜ୍ୟର ଅନେକ ପର୍ଯ୍ୟଟନସ୍ଥଳୀକୁ ବୁଲି ଦେଖିପାରିବେ ।

ଭାରତର ଜାତୀୟ ଖେଳ ହକିକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧତା ଦେଖାଇଛନ୍ତି । ଯାହାର ଉଦାହରଣ ଅନେକ ନିକଟରେ ହୋଇଥିବା ବିଶ୍ୱ ହକି ଲିଗ୍ ଫାଇନାଲ ମୁକାବିଲାରୁ ହିଁ ପ୍ରମାଣିତ ହୋଇଛି । ପୂର୍ବରୁ କଳିଙ୍ଗ ଷ୍ଟାଡିୟରେ ଅର୍ନ୍ତଜାତୀୟ ସ୍ତରୀୟ ଖେଳ ଯଥା- ହକି ଇଣ୍ଡିଆ ଲିଗ୍, ଏବଂ ୨୨ତମ ଏସିଆନ ଆଥଲେଟିକ୍ ଚମ୍ପିୟନସିପ୍ ପ୍ରତିଯୋଗିତାକୁ ଶୃଙ୍ଖଳାର ସହ ସମ୍ପାଦିତ କରି ବିଶ୍ୱରେ କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏବେ ଆସନ୍ତା ପୁରୁଷ ହକି ବିଶ୍ୱକପ ୨୦୧୮ ପ୍ରଚାର ପାଇଁ ଲଣ୍ଡନକୁ ଓଡିଶାର କେନ୍ଦ୍ରବିନ୍ଦୁ କରିଛନ୍ତି ରାଜ୍ୟ ସରକାର ।

ଏହି ପ୍ରତିଯୋଗିତାର ହୋଷ୍ଟ ଦାୟିତ୍ୱ ଓଡିଶା ପର୍ଯ୍ୟଟନ ବିଭାଗ ନେଇଥିବାବେଳେ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ଲଣ୍ଡନ ବସରେ ଓଡିଶାର ଐତିହ୍ୟ କୀର୍ତ୍ତିମାନ ପଦର୍ଶିତ କରାଯାଉଛି । ଯେଉଁଥିରେ ଅଭିଯାନର ନାଁ ‘ଓଡିଶା ବାଏ ମର୍ଣ୍ଣିଙ୍ଗ, ହକି ବାଏ ଇଭିନିଙ୍ଗ’ ରଖି ଓଡିଶାର ଐତିହ୍ୟ ଯଥା- କୋଣାର୍କ ମନ୍ଦିର, ଚିଲିକା ଭଳି ଅନେକ ପର୍ଯଟନସ୍ଥଳୀମାନ ସିଟି ବସରେ ପଦର୍ଶିତ କରାଯାଉଛି । ଯାହାଦ୍ୱାରା ହେବାକୁଥିବ ହକି ବିଶ୍ୱକପରେ ବିଦେଶୀ ଦର୍ଶକମାନେ ଓଡିଶାକୁ ଆସି ଏହି କ୍ରୀଡା ମହାକୁମ୍ଭର ମଜା ଉଠାଇବା ଲକ୍ଷ୍ୟ ରଖିଥିବା ଜଣାପଡୁଛି ।