ବିଜେପି କାର୍ଯ୍ୟପଦ୍ଧତିକୁ ନେଇ ଆଡଭାନୀ ଖପ୍ପା ! ପ୍ରାର୍ଥୀ ଚୟନ ନେଇ ତାଙ୍କ ସହ ହୋଇନି ଆଲୋଚନା, ତାଙ୍କ ବଦଳରେ ଶାହାଙ୍କୁ ମିଳିଛି ଟିକେଟ୍ । 

352

କନକ ବ୍ୟୁରୋ : ବିଜେପିର କାର୍ଯ୍ୟପଦ୍ଧତିକୁ ନେଇ କ୍ଷୁବ୍ଧ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଆଡଭାନୀଙ୍କୁ ଟିକେଟ ଦିଆନଯିବା ପ୍ରସଙ୍ଗରେ ତାଙ୍କ ସହ କୌଣସି ବରିଷ୍ଠ ନେତା ଆଲୋଚନା କରିନଥିବାରୁ ଏହାକୁ ନେଇ କ୍ଷୋଭ ହୋଇଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନରୁ ୬ଥର ସାଂସଦ ରହିଥିବା ଆଡଭାନୀଙ୍କ ଜାଗାରେ ଏଥର ନିର୍ବାଚନ ଲଢିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

ଲାଲକୃଷ୍ଣ ଆଡଭାନୀ ଗୁଜରାଟର ଗାନ୍ଧୀନଗର ଆସନରୁ ୬ଥର ସାଂସଦ ରହିଛନ୍ତି । ଏବେ ଆଡଭାନୀଙ୍କ ଗାନ୍ଧିନଗର ଆସନରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଲଢିବେ । ଏହାସହ ଶାହା ଏଥର ଲୋକସଭା ନିର୍ବାଚନରେ ତାଙ୍କର ଡେବ୍ୟୁ କରିବେ । ନିଜ ବୈଜଷ୍ଠ ନେତାଙ୍କ ପାଇଁ ବିଜେପି ରିଟାୟରମ୍ୟାଂଟ ପଲିସି କରିଛି । ଯାହାକୁ କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ବାଜପେୟୀ ସରକାରଙ୍କ ସମୟରେ ଉପପ୍ରଧାନମନ୍ତ୍ରୀ ଥିବା ଆଡଭାନୀ ସେହି ୧୦ଜଣ ନେତାଙ୍କ ମଧ୍ୟରେ ଅଛନ୍ତି, ଯାହାଙ୍କ ବୟସ ୭୫ବର୍ଷରୁ ଅଧିକ । ଏବଂ ଏହି ନେତାଙ୍କୁ ଏଥର ବିଜେପି ଟିକେଟ ମିଳିନାହିଁ ।

ଦଳର ଏପରି ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ବିରୋଧ କରିଛନ୍ତି । ବରିଷ୍ଠ ନେତାଙ୍କୁ ଟିକେଟରୁ ବଂଚିତ କରିବା ପାଇଁ ଏପରି ନୀତି ଗ୍ରହଣ କରିବା ଉଚିତ ହୋଇନାହିଁ  । ଆଡଭାନୀଙ୍କ ଯୋଗୁଁ ଦଳ ଶକ୍ତିଶାଳୀ ହେବା ସହ ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ଆଉଭାନୀ ଏନେଇ ମୁହଁ ଖୋଲନ୍ତୁ ବୋଲି ଉମାଭାରତୀ କହିଛନ୍ତି । ନିର୍ମଳ ରାଜନୀତି ଉପରେ ବିଶ୍ୱାସ ରଖୁଥିବା ଲାଲକୃଷ୍ଣ ଆଡଭାନୀ, ବିବାଦୀୟ ଜୈନ ଡାୟରୀରେ ତାଙ୍କ ନାଁ ଆସିବାରୁ ୧୯୯୬ରେ ଗାନ୍ଧିନଗର ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ । ଏହା ପରେ ୧୯୯୮ରେ କ୍ଲିନ ଚିଟ୍ ମିଳିବା ପରେ ସେ ପୁଣି ନିର୍ବାଚନ ଲଢିଥିଲେ । ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ଏହି ଆସନରୁ ସାଂସଦ ଭାବେ ନିର୍ବାଚନ ଜିତିଥିଲେ ।