କନକ ବ୍ୟୁରୋ : ଚାନ୍ଦବାଲି ଧାମରା ନିକଟ ଅବଦୁଲ କଲାମ ଦୀପର ୪ ନମ୍ବର ଲଂଚ୍ ପ୍ୟାଡରୁ ଆଜି ଆଡଭାନ୍ସଡ ଏୟାର ଡିଫେନ୍ସ ଇଂଟରସେପ୍ଟର ପରୀକ୍ଷଣ ହେବ । ଯଦି ପାଗ ଅନୁକୂଳ ରହେ ତେବେ ସକାଳ ୭ଟାରୁ ୧୧ଟା ମଧ୍ୟରେ ଏହାର ପରୀକ୍ଷଣ ହେବ । ଅବଦୁଲ କଲାମ ଦୀପରୁ ଏୟାର ଡିଫେନ୍ସ ଇଂଟରସେପ୍ଟ ମିସାଇଲର ଏହା ୧୭ ତମ ପରୀକ୍ଷଣ ହେବ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ଇଂଟରସେପ୍ଟର । ଏହା ୧ ଦଶମିକ ୨ ଟନ ଓଜନର ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ବେଳେ କଠିନ ଇନ୍ଧନ ଦ୍ୱାରା ଚାଳିତ । ୧୨୦ କିଲୋମିଟର ଯାଏଁ ଶତ୍ରୁପକ୍ଷର ଲକ୍ଷ୍ୟ ଭେଦ କରି ବିଧ୍ୱଂସ କରିପାରିବ ।

କଲାମ ଦୀପ ୪ ନମ୍ବର ଲଂଚପ୍ୟାଡରୁ ଇଂଟରସେପ୍ଟର ପରୀକ୍ଷଣର ଠିକ୍ ୫ ମିନିଟ୍ ପୂର୍ବରୁ ବାଲେଶ୍ୱର ଚାନ୍ଦିପୁର ଘାଟିର ୩ ନମ୍ବର ଲଂଚପ୍ୟାଡରୁ ପୃଥ୍ୱୀ ଉତକ୍ଷେପଣ କରାଯିବ । ପୃଥ୍ୱୀକୁ ଆଡଭାନ୍ସଡ ଏୟାର ଡିଫେନ୍ସ ଇଂଟରସେପ୍ଟର ୧୨୦ କିଲୋମିଟର ଆକାଶ ମାର୍ଗରେ ଲକ୍ଷ୍ୟଭେଦ କରି ବିଧ୍ୱଂସ କରିବାର ଯୋଜନା ରହିଛି ।