ବୟସ ମାତ୍ର ୪ ବର୍ଷ , କିନ୍ତୁ ଆଙ୍କୁଛି ଏଭଳି ଚିତ୍ର ଯେ ମାସିକ ଆୟ ହେଉଛି ଦେଢଲକ୍ଷ ! ଜାଣନ୍ତୁ ଭାରତର ସବୁଠାରୁ ଛୋଟ ପେଣ୍ଟର ବିଷୟରେ କିଛି ।

151

ଜୀବନକାଳ ଭିତରେ ଆପଣ ନିଶ୍ଚୟ ଶୁଣିଥିବେ ଯେ କଳା ବୟସର ପରିଧିରେ ନଥାଏ । ଜନ୍ମ ସମୟରେ ହିଁ କେହି ନା କେହି ନିଜ ସହ କୌଣସି କଳାର ପୂଜାରୀ ହୋଇଥାନ୍ତି । ବେଳେବେଳେ ବ୍ୟକ୍ତି ନିଜର ଦକ୍ଷତାକୁ ବିଳମ୍ବରେ ଜାଣିପାରୁଥିବା ବେଳେ କିଛି ଲୋକ ପୁରା ଜୀବନ ଭିତରେ ନିଜ ଦକ୍ଷତାକୁ ଜାଣି ପାରିନଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଏଭଳି ଜଣେ ବାଳ କଳାକାରଙ୍କ ବିଷୟରେ ଯାହାଙ୍କ ଭିତରେ ଏତେ ଅଦ୍ଭୁଦ କଳା ରହିଛି ଯାହାକୁ ଦେଖି ଲୋକଙ୍କ ନିଜ ଆଖି ଉପରେ ବିଶ୍ୱାସ ହେଉନାହିଁ । ୪ ବର୍ଷ ବୟସରେ ହାତରେ ଖେଳନା ଧରିବା କଥା କିନ୍ତୁ ଏହି ବାଳକର ଅଦ୍ଭୁଦ କଳା ଯୋଗୁଁ ସେ ପ୍ରତିମାସରେ ଦେଢଲକ୍ଷ ଟଙ୍କା କମାଇବାରେ ସକ୍ଷମ ହୋଇପାରୁଛି । ତେବେ ଆସନ୍ତୁ ଜାଣିବା ଏହି ଅଦ୍ଭୁଦ କଳାର ପୂଜାରୀ ଅଦ୍ୱେତ୍ କୋଲକରଙ୍କ ବିଷୟରେ ।

ପୁଣେରେ ପରିବାର ସହ ରହୁଥିବା ୪ ବର୍ଷୀୟ ଅଦ୍ୱେତ୍ ଏଭଳି ଚିତ୍ର ଆଙ୍କୁଛି ଯାହାକୁ ଦେଖି ବଡ ବଡ ଚିତ୍ରକର ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ୨ ବର୍ଷ ହେଲା ଅଦ୍ୱେତ୍ ମା’ବାପାଙ୍କ ସହ କାନାଡାରେ ରହୁଛି । ଅଦ୍ୱେତ୍ କୋଲକରଙ୍କ ପେଣ୍ଟିଙ୍ଗ୍ ଏବେ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି । ପ୍ରତିମାସରେ ଅଦ୍ୱେତଙ୍କ ପେଣ୍ଟିଙ୍ଗ୍ ର ପ୍ରଦର୍ଶନୀ ଲାଗିଥାଏ । ଏହି ପ୍ରଦର୍ଶନୀରେ ଚିତ୍ରକଳା ପ୍ରତି ରୁଚି ରଖିଥିବା ଲୋକ ଆସନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କା ଦେଇ ମନପସନ୍ଦର ପେଣ୍ଟିଙ୍ଗ୍ କିଣି ନିଅନ୍ତି ।

ଏହି ୪ ବର୍ଷର ପିଲାଟି ଏତେ କମ୍ ବୟସରୁ ଏଭଳି ଦକ୍ଷତାର ପୂଜାରୀ ହୋଇସାରିଛନ୍ତିି ଯାହାକୁ ପାଇବାକୁ ହେଲେ ଲୋକଙ୍କୁ ବର୍ଷ ବର୍ଷ ସମୟ ଲାଗିଥାଏ । ମା’ଙ୍କ କହିବା ଅନୁସାରେ ଅଦ୍ୱେତ୍ ବର୍ଷକର ହୋଇଥିବା ସମୟରେ ପ୍ରଥମେ ବ୍ରଶ୍ ଉଠାଇଥିଲେ । ସେ ବ୍ରଶ୍ ରେ ଖେଳିବା ବଦଳରେ କିଛି ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିଲେ । ରଙ୍ଗର ଭଲ ଜ୍ଞାନ ରଖିଥିବା ଅଦ୍ୱେତ୍ ଦୁନିଆର ସବୁଠାରୁ ଛୋଟ ପେଣ୍ଟର ।