ଚକଲେଟ ନାଁରେ ଖାଉଛନ୍ତି କି ବିଷ ? ଅସଲି ଚକଲେଟର କେମିତି କରିବେ ଚିହ୍ନଟ, ଜାଣନ୍ତୁ ପୁରା ପ୍ରକ୍ରିୟା

16

ଆଜିକାଲିର ଯୁଗରେ ଅପମିଶ୍ରଣରୁ କେହି ବି ବଂଚିତ ନୁହଁନ୍ତି । ଚକଲେଟରେ ବି ଅପମିଶ୍ରଣ ନଜର ଆସୁଛି । ଏମିତିରେ ଉପଭୋକ୍ତାଙ୍କୁ ସତର୍କତା ବଜାୟ ରଖିବା ବହୁତ ଜରୁରୀ । ଯେବେ ଆପଣ କୈାଣସି ଷ୍ଟୋରରୁ ଚକଲେଟ କିଣୁଛନ୍ତି, ତେବେ ଧ୍ୟାନ ଦିଅନ୍ତୁ କି ପ୍ୟାକେଟ ଉପରେ ‘ଚକଲେଟ’ ଲେଖା ହୋଇଛି କି ନାହିଁ । ଯଦି ଲେଖା ହୋଇନି, ତେବେ ତାହା କିଣନ୍ତୁନି । ହୋଇପାରେ ଆପଣ ଯାହାକୁ ଚକଲେଟ ଭାବି ମଜାରେ ଖାଉଛନ୍ତି, ତାହା ବାସ୍ତବରେ ଚକଲେଟ ହିଁ ହୋଇନଥିବ । ମାର୍କେଟରେ ଏମିତି ବହୁତ ସାରା ବ୍ରାଣ୍ଡ ଅଛି , ଯେଉଁମାନେ ଭେଜିଟେବଲ ଓଏଲକୁ ଅଧିକ ମାତ୍ରାରେ ପ୍ରୟୋଗ କରି ଚକଲେଟ ତିଆରି କରନ୍ତି ।

ସମଗ୍ର ବିଶ୍ୱରେ ନିର୍ଦ୍ଧାରିତ କରାଯାଇଥିବା ମାନକ ଅନୁସାରେ, ଚକଲେଟରେ ଭେଜ ଫ୍ୟାଟର ମାତ୍ରା ୫ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ , କିନ୍ତୁ କମ୍ପାନୀ ଗୁଡିକ ଏହାଠାରୁ ବହୁତ ଅଧିକ ମାତ୍ରାରେ ଭେଜ ଓଏଲର ପ୍ରୟୋଗ କରନ୍ତି । ଏହି ସାମଗ୍ରୀକୁ ଏମିତି ହିସାବରେ ପ୍ୟାକିଙ୍ଗ କରନ୍ତି କି ଦେଖିବାକୁ ତାହା ଚକଲେଟ ପରି ଲାଗେ । କିନ୍ତୁ ପ୍ୟାକେଟ ଉପରେ ଚକଲେଟ ନଲେଖି କି ଲୋକଙ୍କୁ ବୋକା ବନାଯାଏ । ଦେଶର ଖାଦ୍ୟ ନିୟାମକ FSSAIର ସର୍ତ୍ତ ଅନୁସାରେ ଚକଲେଟରେ ଭେଜ ଫ୍ୟାଟକୁ ସୀମିତ ମାତ୍ରାରୁ ଅଧିକ ପ୍ରୟୋଗ କରାଯାଇପାରିବନି । ଖାଇବା-ପିଇବା ଜିନିଷ ପାଇଁ ଅନ୍ତର୍ଜାତୀୟ ମାନକ CODEX ୫ ପ୍ରତିଶତ ମାନକ ସ୍ତର ବସାଇଛି । FSSAIର ମାନକ ମୁତାବକ ଚକଲେଟରେ କେବଳ କୋକୋରୁ ବାହାର କରଯାଇଥିବା ଦ୍ରବ୍ୟ, ମିଲ୍କ ସଲିଡ ଏବଂ ମିଲ୍କ ଫ୍ୟାଟର ହି ପ୍ରୟୋଗ କରାଯିବା ଉଚିତ । ଏଥିରେ କୋକୋଆ ବଟର ବ୍ୟତୀତ ଅନ୍ୟ କୈାଣସି ଭେଜ ଫ୍ୟାଟ ଦିଆଯାଇପାରିବନି । ଏହା ଆଇନ ଅନୁସାରେ ଠିକ ନୁହେଁ ।

ଭାରତରେ ବିକ୍ରି ହେଉଥିବା ବହୁତ ସାରା ଚକଲେଟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଭେଜିଟେବଲ ଫ୍ୟାଟ ଅଛି । ଏକ ବିଦେଶୀ ବ୍ରାଣ୍ଡରେ ବି ୫ ପ୍ରତିଶତରୁ ଅଧିକ ମାତ୍ରାରେ ଭେଜ ଫ୍ୟାଟ ମିଳିଛି । ୨୦୦୮ରେ ଭାରତରେ ହୋଇଥିବା ସ୍ୱତନ୍ତ୍ର ଯାଂଚରେ ବି ସୁଗର ଓ ଭେଜ ଫ୍ୟାଟ ଓଏଲ ଅଧିକ ମାତ୍ରାରେ ମିଳିଛି । FSSAI ନିୟମର ଉଲ୍ଲଂଘନକାରୀଙ୍କ ପାଇଁ ଏକ ପ୍ୟାନେଲ ଗଠନ କରିଛନ୍ତି । ଏହି ପ୍ୟାନେଲ ମିଠା ଓ ମହୁର ଯାଂଚ କରିବ । ଏତଦବ୍ୟତୀତ, ୠଝଝଇଓ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଉପଭୋକ୍ତାଙ୍କୁ ସଚେତନ କରିବା ପାଇଁ ‘ଜାଗୋ ଗ୍ରାହକ ଜାଗୋ’ ଅଭିଯାନକୁ ସକ୍ରିୟ କରିବା ପାଇଁ ଚିନ୍ତା କରିଛନ୍ତି । ଏଥିରେ ଲୋକଙ୍କୁ ଜାଗରୁକ କରାଯିବ କି ଚକଲେଟ କିଣିବାବେଳେ ଲେବଲ ନିଶ୍ଚିତ ପଢ଼ନ୍ତୁ ।

Comments are closed.