ଆଜି ବି ଚାଲି ପାରିଲାନି ବିଧାନସଭାରେ ପ୍ରଶ୍ନକାଳ । ଚାରା ଓ ସମବାୟ ଦୁର୍ନୀତି ପ୍ରସଙ୍ଗ ନେଇ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ, ହେଲିକପ୍ଟର ଉଡାଣ ପ୍ରସଙ୍ଗ ନେଇ ବିଜେଡି ଦେଲା ଧାରଣା

30

କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ । ଉଭୟ ଶାସକ ଓ ବିରୋଧ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଚାଲିପାରିନାହିଁ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡିବା ଘଟଣାକୁ ନେଇ ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ ।

ଚାରା ଦୁର୍ନୀତିକୁ ନେଇ ବିରୋଧୀ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିବା ଫଳରେ ଗୃହ ଚାଲିପାରନଥିଲା । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଛନ୍ତି ।