ସମ୍ ଅଗ୍ନିକାଣ୍ଡ ଘଟଣା : ମନୋଜ ନାୟକଙ୍କ ରାୟ ସଂରକ୍ଷତି ରଖିଲେ କୋର୍ଟ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ପ୍ରତିଷ୍ଠାତା ମନୋଜ ନାୟକଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ଗତ ୨୫ ତାରିଖରେ ମନୋଜଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ତେବେ ଖଣ୍ଡଗିରି ଥାନା ପୋଲିସ କୋର୍ଟରେ କେସ୍ ଡାଏରୀ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିପାରିନଥିବାରୁ ଆବେଦନ ଉପରେ ଶୁଣାଣି ହୋଇପାରିନଥଲା ।

ଗତ ୧୭ ତାରିଖରେ ସମରେ ଅଗ୍ନିକାଣ୍ଡ ପରେ ୧୯ ତାରିଖରେ ମନୋଜ ନାୟକଙ୍କ ବିରୋଧରେ ପୋଲିସ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଥିଲା । ସେଦିନ ରାତିରେ ଆତ୍ମସମର୍ପଣ କରିଥିଲେ ମନୋଜ । ପରେ ତାଂକୁ ୨ ଦିନିଆ ରିମାଣ୍ଡରେ ଆଣି ପୋଲିସ ପଚରାଉଚୁରା କରିଥିଲା । ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲ୍ ହାଜତକୁ ଫେରିଥିଲେ ମନୋଜ ।

ସେପଟେ ମନୋଜଙ୍କ ପତ୍ନୀ ଶାଶ୍ୱତୀ ଦାସ ଓ ମନୋଜଙ୍କ ଭଉଣୀ ଆରତୀ ରଂଜନ ନାୟକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ ଚାରିଟେବୁଲ୍ ଟ୍ରଷ୍ଟର ଅନ୍ୟତମ ଟ୍ରଷ୍ଟି ଅଛନ୍ତି ଶାଶ୍ୱତୀ ଦାସ । ଉଭୟ ଶାଶ୍ୱତୀ ଏବଂ ଆରତୀଙ୍କ ନାଁରେ ପୋଲିସ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରିଛି ।