ପରମ୍ପରା ଆଳରେ ଅବୈଧ ପଶୁ ଶିକାର ! ଆଦିବାସୀଙ୍କ ଆଗରେ ନାଚାର ବନ ବିଭାଗ । ସବୁ ଦେଖିବି ନୀରବ୍

239

କନକ ବ୍ୟୁରୋ: ଆଦିବାସୀ ଅଚଂଳର ନିଆରା ବେଂଟ ପର୍ବ । ପରମ୍ପରା ନାଁରେ ଚାଲିଛି ଅବୈଧ ଶିକାର । ଲୋପ ପାଉଛି ବିଲୁପ୍ତ ଜାତିର ପଶୁ ଓ ପକ୍ଷୀ । କାମ ଦେଉନି ବନ ବିଭାଗର ତପ୍ତରତା । ପରିବେଶ ପାଇଁ ସୃଷ୍ଟି କରିଛି ବଡ ବିପଦ ।

ଗୋଟିଏ ପଟେ ପରମ୍ପରା, ଅନ୍ୟପଟେ ଅବୈଧ ଶିକାର । ଏମିତି କିଛି ପରିସ୍ଥିତକୁ ନେଇ ହରଡ଼ ଘଣାରେ ପଡ଼ିଛି ପରିବେଶ । ସଚେତନତା ନାଁରେ ହାତ ବାନ୍ଧି ବସିଛି ବନ ବିଭାଗ । କୋରାପୁଟ ଜିଲ୍ଳାର କୋଣ ଅନୁକୋଣରେ ଚାଲିଛି ଚଇତି ପରବ । ନାଚ ଗୀତରେ କମ୍ପୁଛି ଗାଁ ଦାଣ୍ଡ । ୩ ଦିନ ଚାଲୁଥିବା ଏହି ପରବରେ କାମ ଧନ୍ଦା ଛାଡି ନାଚ ଗୀତ ମସଗୁଲ ଆଦିବାସୀ । ପର୍ବର ପ୍ରଥମ ଦିନରେ ପୂଜାପାଠ କରିବା ପରେ ଦ୍ୱିତୀୟ ଦିନରେ ଆଦିବାସୀ ପୁରୁଷ ମହିଳା ଉଭୟ ବେଂଟ ଶିକାର କରିଥାନ୍ତି । ବେଂଟ ଶିକାର କହିଲେ ଜଙ୍ଗଲ ଯାଇ ଶିକାର କରିଥାନ୍ତି । କୁଟୁରା, ଠେକୁଆ ସହ ବିଭିନ୍ନ ପ୍ରଜାତିର ପକ୍ଷୀକୁ ଶିକାର କରି ଗାଁରେ ସାହିକୁ ସାହି ନାଚଗୀତ କରି ବୁଲାଇଥାନ୍ତି । ଏହି ସମୟରେ ରାସ୍ତାଘାଟରେ ମହିଳାମାନେ ରସି ବାନ୍ଧି ପଇସା ଆଦାୟ କରନ୍ତି ।

କୋରାପୁଟର ବେଂଟ ପରମ୍ପରା ପରିବେଶ ପାଇଁ ସୃଷ୍ଟି କରିଛି ବଡ଼ ବିପଦ । ବର୍ଷ ବର୍ଷ ଧରି ପରମ୍ପରା ନାଁରେ ଆଦିବାସୀମାନେ ଜଙ୍ଗଲରୁ ଅବୈଧ ଶିକାର କରିବା ସହ ନିଆଁ ଲଗାଉଛନ୍ତି । ବେଆଇନ ପଶୁ ଶିକାରକୁ ନେଇ ଅନେକ ଆଇନ ଥିଲେ ସୁଦ୍ଧା ବେଂଟ ପର୍ବ ନାଁରେ ଆଦିବାସୀଙ୍କ ପଶୁ ଶିକାର ବନ ବିଭାଗର ଚିନ୍ତା ବଢାଇ ଦେଇଛି । ଅନ୍ୟପଟେ ବେଂଟ ପରମ୍ପରା ଆଳରେ ପରିବେଶର ସନ୍ତୁଳନକୁ ବିପଦରେ ପକାଇବା ସହ ଜୀବଜନ୍ତୁଙ୍କୁ ହତ୍ୟା କରୁଛନ୍ତି ଆଦିବାସୀ । ଏଥିପାଇଁ ସଚେତନତା ଆବଶ୍ୟକ ବୋଲି ବରିଷ୍ଠ ସାମ୍ବାଦିକ କହିଛନ୍ତି ।