ବାଙ୍ଗାଲୋର ଆଇଆଇଟି ଛାତ୍ରଙ୍କୁୁ ଗୁଗୁଲ ଦେଲା ୧.୨ କୋଟି ପ୍ୟାକେଜର ଅଫର । ଆଦିତ୍ୟ କହିଲେ ବହୁ ବର୍ଷରୁ ଥିଲା ଅପେକ୍ଷା ।

68

ବାଙ୍ଗାଲୋରର ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଇନଫରମେସନ (ଆଇଆଇଆଇଟି-ବି)ର ଜଣେ ଛାତ୍ର ଆଦିତ୍ୟ ପାଲିବାଲଙ୍କୁ ଗୁଗୁଲ ବାର୍ଷିକ ୧.୨ କୋଟି ଟଙ୍କା ପ୍ୟାକେଜର ଚାକିରି ପ୍ରଦାନ କରିଛି । ଆଦିତ୍ୟ ଜୁଲାଇ ୧୬ ତାରିଖ ଠାରୁ ଗୁଗୁଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରିସର୍ଚ୍ଚ ସେଣ୍ଟରରେ କାମ କରିବେ ।

ଗତ କିଛିଦିନ ତଳେ ଗୁଗୁଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରିସର୍ଚ୍ଚ ସେଣ୍ଟର ତରଫରୁ ଏକ ପରୀକ୍ଷା କରାଯାଇଥିଲା । ଗୁଗୁଲର ଏହି ଟେଷ୍ଟରେ ଦେଶର ୬ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେଥି ମଧ୍ୟରୁ ମାତ୍ର ୫୦ ଜଣ ସିଲେକ୍ଟ ହୋଇପାରିଥିଲେ । ଏଥିରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବା ପରେ ଆଦିତ୍ୟ ଲୋକଲୋଚନକୁ ଆସିଥିଲେ ।

ସୂଚନା ଅନୁଯାୟୀ, ୨୦୧୭-୧୮ରେ ହୋଇଥଇବା ଏସିଏମ ଇଣ୍ଟରନ୍ୟାସନାଲ କଲଗେଟ ପ୍ରୋଗ୍ରାମିଂ କଣ୍ଟେଷ୍ଟ (ଆଇସିପିସି)ରେ ହୋଇଥିବା ପରୀକ୍ଷାରେ ଆଦିତ୍ୟ ଫାଇନାଲିଷ୍ଟ ରହିସାରିଛନ୍ତି । ଏହା କମ୍ପ୍ୟୁଟର ଲାଙ୍ଗୁଏଜ କୋଡିଂର ଏକ ବଡ ପ୍ରତିଯୋଗିତା ବୋଲି କୁହାଯାଏ । ଯେଉଁଥିରେ ଆଦିତ୍ୟଙ୍କ ସମେତ ୧୧ଟି ଦେଶରୁ ୫୦ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଆଦିତ୍ୟଙ୍କ କହିବା ଅନୁସାରେ, ସେ ଏହି ଦିନକୁ ବହୁ ବର୍ଷରୁ ଅପେକ୍ଷା କରିଥିଲେ । ଏବେ ସେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ବେସ ଖୁସି ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଗୁଗୁଲରେ ରହି ଆହୁରି ଅନେକ କାମ ଶିଖିବାକୁ ଚେଷ୍ଟା କରିବେ ।