ଡାଉନ୍ ସିଣ୍ଡ୍ରୋମରେ ପୀଡିତ ଶିଶୁକୁ ଅନାଦର କଲେ ଜନ୍ମ କଲା ମା’ -ବାପା : ସେଇଠି ଶିଶୁକୁ ଆପଣେଇ ବିଶ୍ୱର ସବୁଠାରୁ କମ୍ ବୟସର ‘ସିଙ୍ଗିଲ ଫାଦର’ ସାଜିଲେ ଆଦିତ୍ୟ

61

ଡାଉନ୍ ସିଣ୍ଡ୍ରୋମ ସହିତ ୬ପ୍ରକାରର ରୋଗରେ ପୀଡିତ ଯେଉଁ ଶିଶୁକୁ ତାହାର ଜନ୍ମ କଲା ବାପା ମାଁ ପାଗଳ ଭାବି ଅନାଥ ଆଶ୍ରମରେ ଛାଡି ଦେଇଥିଲେ, ତାହାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଏମିତି ପାଳନ ପୋଷଣ କଲେ ଯେ ଆଜି ପୁଣେର ଏକ ବଡ ସ୍କୁଲରେ ସେ ସାମାନ୍ୟ ପିଲାଙ୍କ ସହ ପଢ଼ୁଛି । ବିଶ୍ୱର ସବୁଠାରୁ କମ୍ ବୟସର ସିଙ୍ଗଲ ଫାଦର ହୋଇ ଇନ୍ଦୋରର ଆଦିତ୍ୟ ତିୱାରୀଙ୍କ ସମର୍ପଣ ଦେଢ଼ ବର୍ଷରେ ଏହି କମାଲ କରି ଦେଖାଇଲା । ଭାରତ ଭଳି ଦେଶରେ ପିଲାଙ୍କୁ ପୋଷ୍ୟ ଗ୍ରହଣ କରିବା ସହଜ ନୁହେଁ , ତାହା ବି ସ୍ପେଶାଲ ଚାଇଲ୍ଡ । ୪ ବର୍ଷ ପୂର୍ବରୁ ପୁଣେରେ କାମ କରୁଥିବା ଇନ୍ଦୋରର ସଫ୍ଟୱେର ଇଂଜିନିୟର ଆଦିତ୍ୟ ତିୱାରୀ ଡାଉନ୍ ସିଣ୍ଡ୍ରୋମରେ ପୀଡିତ ବିନ୍ନି(ଅବନୀଶ )କୁ ପୋଷ୍ୟ ଗ୍ରହଣ କରିବାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ତାଙ୍କୁ ଘରଲୋକ, ସାଙ୍ଗ ସାଥୀ ଏବଂ ସମାଜ ଠାରୁ କଡା ବିରୋଧର ସାମନା କରିବାକୁ ପଡିଥିଲା । କିନ୍ତୁ ସେ ତାଙ୍କ ନିର୍ଣ୍ଣୟ ଉପରେ ସ୍ଥିର ରହିଲେ ।

ଜନ୍ମ ହେବା ପରଠୁ ବିନ୍ନିକୁ ଡାଉନ୍ ସିଣ୍ଡ୍ରାମ ସହିତ ହାର୍ଟରେ କଣା, ଆଣ୍ଠୁ ଟେଢ଼ା, ଆଖି ସମସ୍ୟା, ଥାଇରଏଡ ଓ କୋଷ୍ଠକାଠିନ୍ୟ ରୋଗ ଥିଲା । ଏମିତିରେ ଶିଶୁର ଜନ୍ମ କଲା ମା-ବାପା ଜନ୍ମ ହେବାର ୨ ଦିନ ପରେ ହିଁ ଭୋପାଳର ଅନାଥ ଆଶ୍ରମରେ ଛାଡି ଦେଇଥିଲେ । ବିନ୍ନିକୁ କେହି ପୋଷ୍ୟ ଗ୍ରହଣ କରିବା ପାଇଁ ଚାହୁଁନଥିଲେ । ବିନ୍ନିକୁ ଚିକିତ୍ସା ପାଇଁ ଇନ୍ଦୋରର ଜ୍ୟୋତି ଅନାଥ ଆଶ୍ରମ କୁ ପଠାଗଲା ଏବଂ ସେଇଠି ଆଦିତ୍ୟର ଭେଟ ହେଲା । ପାଖାପାଖି ୨ ବର୍ଷର ଲମ୍ବା କାଗଜ ପତ୍ର ପ୍ରକ୍ରିୟା ପରେ ଆଦିତ୍ୟ ଆଇନ ଅନୁଯାୟୀ ବିନ୍ନିର ବାପା ହେଲେ । ସେତେବେଳେ ତାଙ୍କ ବୟସ ୨୮ ବର୍ଷ ଥିଲା । ଏଥିପାଇଁ ୨୦୧୬ରେ ଗୋଲ୍ଡେନ ବୁକ୍ ଅଫ୍ ରେକର୍ଡ ରେ ସ୍ଥାନ ପାଇଥିଲେ । ଆଦିତ୍ୟ ତାଙ୍କ ଚାକିରୀରୁ ପାଂଚ ମାସର ବ୍ରେକ୍ ନେଇ ବିନ୍ନି ର ପାଳନ ପୋଷଣ କଲେ, ଏବେ ସେ ସାଧାରଣ ପିଲାଙ୍କ ଭଳି ଜୀବନ ବିତାଉଛି ।

 

ଆଦିତ୍ୟଙ୍କୁ ଲୋକେ କହୁଥିଲେ ଯେ, ତାଙ୍କୁ କୈାଣସି ଝିଅ ବାହା ହେବେନି, କିନ୍ତୁ ୭ ମାସ ପରେ ସେ ବିବାହ ବି କଲେ ଏବଂ ତାଙ୍କ ପତ୍ନୀ ଓ ତାଙ୍କ ପରିବାର ସମସ୍ତେ ବିିନ୍ନିକୁ ଆପଣେଇଲେ । ତାଙ୍କ ପତ୍ନୀ ବି ବିନ୍ନିକୁ ପୁରା ମାଁର ଭଲ ଫାଇବା ଦିଅନ୍ତି ।