ମାଓ ମୁକାବିଲା ପାଇଁ ଅନୁଷ୍ଠିତ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ! କେନ୍ଦ୍ରକୁ ଅଧିକ ଫୋର୍ସ ମାଗିବେ ରାଜ୍ୟ ସରକାର

34

କନକ ବ୍ୟୁରୋ : ଓଡିଶାରେ ମାଓ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମାଓବାଦୀଙ୍କ ମୁଳପୋଛ ପାଇଁ ଏବେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଅପରେସନ ଜାରି ରଖିଛନ୍ତି । ଓଡ଼ିଶାକୁ ଅଧିକ ୨ ବାଟାଲିୟନ ଫୋର୍ସ ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ରଖିବେ ରାଜ୍ୟ ସରକାର । ମାଓ ପ୍ରବଣ ଅଂଚଳରେ ମୋବାଇଲ ବ୍ୟାଣ୍ଡୱିଡଥ ବଢାଇବା ସହ ମାଓ ଅଂଚଳରେ ବିକାଶ ମୂଳକ କାର୍ଯ୍ୟ କରିବାକୁ କେନ୍ଦ୍ରକୁ ଜଣାଇବେ ରାଜ୍ୟ ସରକାର ।

ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ମାଓ ମୁକାବିଲା ନେଇ ଆସନ୍ତା ୮ତାରିଖରେ ଦିଲ୍ଲୀରେ ବସିବ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ । ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ମାଓ ପ୍ରଭାବିତ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ । କିଭଳି ମାଓ ଦମନ ପ୍ରକ୍ରିୟାକୁ ସଫଳ କରାଯିବ ସେନେଇ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବେ ।