ମୋଦିଙ୍କୁ ଭେଟିଲେ ଯୋଗୀ ! ରାଜ୍ୟର ପରିସ୍ଥିତି ନେଇ କଲେ ଆଲୋଚନା

36

କନକ ବ୍ୟୁରୋ : ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଗତକାଲି ସଂଧ୍ୟାରେ ଯୋଗୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରାଜ୍ୟର ପରିସ୍ଥିତି ଉପରେ ଚର୍ଚା କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥ ନେଇଥିବା ବଡ଼ ବଡ଼ ନିଷ୍ପତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଉତରପ୍ରଦେଶରେ ବିଜେପି ରାଜ୍ୟ ସଭାପତି କିଏ ହେବ ସେନେଇ ଚର୍ଚା ଲାଗି ରହିଥିବା ବେଳେ ଯୋଗୀ ପ୍ରଧାନମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଥିବା କୁହାଯାଉଛି । ବର୍ତମାନ ଉତରପ୍ରଦେଶ ରାଜ୍ୟ ବିଜେପି ସଭାପତି ଥିବା କେଶବ ପ୍ରସାଦ ମୋ÷ର୍ଯ୍ୟ ଉପମୁଖ୍ୟମନ୍ତ୍ରୀ ହେବା ପରେ ଦଳର ରାଜ୍ୟ ସଭାପତି କିଏ ହେବ ସେ ନେଇ ଚର୍ଚା ଜୋରଧରିଛିି ।

ରାଜ୍ୟର ଆଇନ ଶୃଖଂଳା ପରସ୍ଥିତିକୁ ସଜାଡିବା ଏବଂ ବେନିୟମ ଭାବେ ଚାଲୁଥିବା କଂସେଇଖାନାକୁ ବନ୍ଦ କରିବା ପରେ ରାଜ୍ୟର ସ୍ଥିତି ଉପରେ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ କୃଷି ଋଣ ଛାଡ ଉପରେ ମୋଦିଙ୍କ ସହ ଆଲୋଚନା କରିଛନ୍ତି ।