ବିରଳ ରକ୍ତର ଦାନୀ । ୧୭ ହଜାର ଲୋକଙ୍କ ମଧ୍ୟରୁ ଜଣଙ୍କ ପାଖରେ ଥାଏ ଏଭଳି ବ୍ଲଡ ଗ୍ରୁପ୍ ।

41

ଭାରତ ସବୁବେଳେ ତାର ନାଗରିକଙ୍କୁ ଗର୍ବ କରିଥାଏ । ଆଉ ଭାରତୀୟମାନେ ସମଗ୍ର ବିଶ୍ୱକୁ ଯେଉଁ ମହାନତା ଦେଖାଇଛନ୍ତି ତା ପଛରେ ରହିଛି ଦାନ । ସେହିଭଳି ନିଜ ଭାତୃତ୍ୱ ଭାବ ଦେଖାଇ ଆଉ ଏକ ଇତିହାସ ରଚିଛନ୍ତି ଭାରତୀୟ ଯୁବକ ।

ପ୍ରତି ୧୭ହଜାର ଲୋକଙ୍କ ମଧ୍ୟରୁ ମାତ୍ର ଜଣଙ୍କ ପାଖରେ ଏଭଳି ରକ୍ତ ଦେଖିବାକୁ ମିଳେ । ଏହାକୁ ବିରଳ ବ୍ଲଡ ଗ୍ରୁପ ବୋଲି ବିବେଚନା କରାଯାଏ । ଏହି ବ୍ଲଡ ଗ୍ରୁପକୁ ଦୁର୍ଲ୍ଲଭ ବୋଲି କୁହାଯାଏ । ବିରଳ ବୋଲି ଜାଣି ବି ଜଣେ ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ ରକ୍ତଦାନ କରିଚାଲିଛନ୍ତି । ତାଙ୍କର ବ୍ଲଡ ଗ୍ରୁପ ହେଉଛି ‘ଓ-ନେଗେଟିଭ’ ଏବଂ ଏହାକୁ ବମ୍ବେ ବ୍ଲଡ ଗ୍ରୁପ ବୋଲି କୁହାଯାଉଛି । ଏହାକୁ ୟୁନିଭର୍ସାଲ ଡୋନର ବା ଏହି ବ୍ଲଡ ଗ୍ରୁପର ବ୍ୟକ୍ତିମାନେ ସମସ୍ତ ବ୍ଲଡ ଗ୍ରୁପର ଲୋକଙ୍କୁ ରକ୍ତ ଦେଇପାରିବେ କିନ୍ତୁ ଗ୍ରହଣ କରିପାରିବେ ନାହିଁ । କେବଳ ଆବଶ୍୍ୟକ ପଡିଲେ ସେହି ଗ୍ରୁପ ବା ‘ଓ-ନେଗେଟିଭ’ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କ ଠାରୁ କେବଳ ରକ୍ତ ନେଇପାରିବେ ।

ସେହି ମହାନ ବ୍ୟକ୍ତି ଜଣକ ହେଉଛନ୍ତି ବେଙ୍ଗାଲୁରୁର ଆଦିତ୍ୟ ହେଗଡେ । ଆଜି ପର୍ଯ୍ୟନ୍ତ ସେ ନିୟମିତ ଭାବେ ୫୫ଜଣ ଲୋକଙ୍କୁ ରକ୍ତଦାନ କରସାରିଛନ୍ତି । ହେଗେଡ କହିଛନ୍ତି ୨୦୦୩ରେ ସେ ତାଙ୍କ ବ୍ଲଡ ଗ୍ରୁପ ବିରଳ ବୋଲି ଜାଣିଲେ । ତା ପୂର୍ବରୁ ସେ ବ୍ଲଡ ଗ୍ରୁପ ବିଷୟରେ ଜାଣିନଥିଲେ । ପୃଥିବୀରେ ମାତ୍ର ୦.୦୦୦୪ ପ୍ରତିଶତ ଲୋକଙ୍କ ପାଖରେ ଏହି ବ୍ଲଡ ଗ୍ରୁପ ଦେଖିବାକୁ ମିଳିଥାଏ ।

ହେଗଡେ ସିଦ୍ଧିପୁର ଗାଁର ବାସିନ୍ଦା । ଯେତେବେଳେ ସେ ଜାଣିଲେ ତାଙ୍କ ବ୍ଲଡଗ୍ରୁପ ୟୁନିଭର୍ସାଲ ଡୋନର ସେ ସେତେବେଳେ ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ନିଜକୁ ପଂଜିକୃତ କରାଇଥିଲେ । ଆଦିତ୍ୟ ବେଙ୍ଗାଲୁରୁ ଆସିବା ପରେ ୨୦୦୫ରୁ ନିୟମିତ ରକ୍ତଦାନ କରୁଛନ୍ତି । ଏପରିକି ଆବଶ୍ୟକ ସମୟରରେ ବିଦେଶୀଙ୍କୁ ମଧ୍ୟ ରକ୍ତ ଦେଇ ସାହାଯ୍ୟ କରିଛନ୍ତି ।

ସେ ନିଜର ଅତୀତକୁ ମନେପକାଇ କହିଛନ୍ତି ଜଣେ ୮୦ ବର୍ଷୀୟ ମହିଳା ହାର୍ଟ ସମସ୍ୟା ଥଲା । ବଂଚିବା ପାଇଁ ସେ ସଂଘର୍ଷ କରୁଥିଲେ ଆଉ ସେହି ସମୟରେ ପହଂଚିଥିଲେ ଆଦିତ୍ୟ ଆଉ ରକ୍ତ ଦେଇ ତାଙ୍କୁ ମୃତ୍ୟୁମୁଖରୁ ବଂଚାଇଥିଲେ । ଆଇ ପ୍ରସୂତୀଙ୍କୁ ରକ୍ତ ଦେଇ ତାଙ୍କ ଜୀବନ ରକ୍ଷା କରିଥିଲେ ।

ତାସହ ଦୁର୍ଘଟଣା ସମୟରେ ପହଂଚି ସେ ରକ୍ତଦାନ କରିଥାନ୍ତି । ସେ କହିଛନ୍ତି ଜଣେ ଆଦିବାସୀ ଓ ବିରଳ ରକ୍ତର ଅଧିକାରୀ ହୋଇ ନିୟମିତ ରକ୍ତ ଦାନ କରୁଛନ୍ତି । ଏବେ ତାଙ୍କର ବାମ କହୁଣି ଭାଂଗି ଯାଇଛି । ସେ ବର୍ତମାନ ଚିନ୍ତାରେ ଅଛନ୍ତି ଯେ ତାଙ୍କର ଅପରୋସନ ହେଲେ କିପରି ରକ୍ତଦାନ କରିବେ । ଆଦିତ୍ୟ ନିୟମିତ ଭାବେ ପ୍ରତି ତିନିମାସରେ ରକ୍ତଦାନ କରିଥାନ୍ତି ।