ସୁଟିଂ ସେଟରେ ଜନ୍ମଦିନ ପାଳନ କଲେ ବଲିଉଡ଼୍ ନାୟିକା ଅଦିତି ରାଓ ହାଇଦରୀ !

67

କର୍ମ-ବ୍ୟସ୍ତତା ବେଳେ ବେଳେ କଳାକାରଙ୍କୁ ନିଜ ଘର ପରିବାରଠାରୁ ଦୂରେଇ ନିଏ । ନିଜ ଇଚ୍ଛା ଅନୁସାରେ କାମ କରିବାକୁ ସେମାନେ ବାଟ ପାଆନ୍ତିନାହିଁ । ଏଭଳି କିଛି ଘଟିଛି, ବଲିଉଡ଼୍ ଅଭିନେତ୍ରୀ ଅଦିତି ରାଓ ହାଇଦରୀଙ୍କ ସହ । ଅଦ୍ୟାବଧି ପ୍ରତିବର୍ଷ ନିଜ ଜନ୍ମଦିନ ପରିବାର ସଦସ୍ୟଙ୍କ ସହ ପାଳିଆସିଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଘର ବାହାରେ ଜନ୍ମଦିନ ପାଳିଛନ୍ତି । ଏଥିପାଇଁ ତାଙ୍କୁ ‘ପଦ୍ମାବତୀ’ର ସୁଟିଂ ସେଟ ଭିତରେ ହିଁ ଜନ୍ମଦିନ ପାଳନ କରିବା ପାଇଁ ପଡିଲା । ଘରକୁ ଫେରିବା ପାଇଁ ନା ସମୟ ପାଇଲେ, ନା ପିତାମାତା ବା ପରିବାରର ଅନ୍ୟ କେହି ତାଙ୍କ ପାଖକୁ ଆସିପାରିଲେ । ସୁଟିଂ ସେଟରେ ସହ-କଳାକାରଙ୍କ ଗହଣରେ ଜନ୍ମଦିନ ପାଳନ କଲେ ଅଦିତି । ଯଦିଓ ଏଥିରୁ ତାଙ୍କୁ ପୂର୍ଣ୍ଣ ତୃପ୍ତି, ମିଳିପାରିନାହିଁ, ଆଉ କ’ଣ ଯେ କରିପାରିଥାନ୍ତେ ସେ ।

 

 

 

 

 

 

 

 

 

 

 

 

 

 

ସୂଚନାଯୋଗ୍ୟ ‘ପଦ୍ମାବତୀ’ ସିନେମାରେ ଅଦିତି ରାଓ ହାଇଦରୀଙ୍କ ଭୂମିକା ହେଉଛି ଆଲ୍ଲାଉଦ୍ଦିନ୍ ଖିଲଜୀଙ୍କ ପତ୍ନୀ । ଏହି ସିନେମାରେ ରଣବୀର ସିଂହ ଅଛନ୍ତି ଆଲ୍ଲାଉଦ୍ଦିନ୍ ଖିଲଜୀ ଚରିତ୍ରରେ । ତେବେ ଏଯାବତ୍ ସେଭଳି ବଡ଼ ହିଟ୍ ସିନେମାର ଅଙ୍ଗ ହୋଇନଥିବା ହେତୁ ତାଙ୍କର ନଜର ଏବେ ରହିଛି ‘ପଦ୍ମାବତୀ’ ଉପରେ ।

ଅଭିନୟ ସହିତ ଗାୟନ କ୍ଷେତ୍ରରେ ବି ପ୍ରବେଶ କରିଛନ୍ତି । ତେବେ ସେ କୌଣସି ସିନେମା ପାଇଁ ଗୀତ ଗାଇନାହାଁନ୍ତି । ଅଦିତି ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍ ରହେମାନଙ୍କ ସହ ଡେବ୍ୟୁ କରିଛନ୍ତି । ଅଦିତି ରାଓ ହାଇଦରୀ ନ୍ୟୁୟର୍କରେ ଅନୁଷ୍ଠିତ ଆଇଫା ଆଓ୍ଵାର୍ଡ଼ରେ ଏ.ଆର୍ ରହେମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମଞ୍ଚରେ ଗୀତ ଗାଇଛନ୍ତି । ସେ ଏଯାବତ୍ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସୁଯୋଗ ପାଇ ନାହାନ୍ତି, ମାତ୍ର ତାଙ୍କର ସିନେମାରେ କଣ୍ଠଦାନ କରିବାର ଅଭିଳାଷ ରହିଛି ବୋଲି ଅଦିତି ରାଓ ହାଇଦରୀ କହିଛନ୍ତି ।