ରାଜଧାନୀରେ ଆଦିବାସୀ ମେଳି : ନୃତ୍ୟ ମାଧ୍ୟମରେ ଦାବିକଲେ ଉପସ୍ଥାପନ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଆଦିବାସୀ ମେଳି । ଜଙ୍ଗଲ ଅଧିକାର ଆଇନ ଲାଗୁ ଦାବିରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଓ ଆଦିବାସୀ ନୃତ୍ୟ ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଦିବାସୀ । ଜମି ପଟ୍ଟା ଦାବି ଓ ବନ ବିଭାଗର ଜୁଲମର ପ୍ରତିବାଦ କରିଛନ୍ତି ଆଦିବାସୀ ।

ଶିମିଳପାଳ ଜଙ୍ଗଲରୁ ଗାଁ ଗୁଡିକୁ ଉଚ୍ଚେଦ କରାଯିବା ଜଙ୍ଗଲ ଅଧିକାର ଆଇନର ଉଂଲଘନ ବୋଲି ଅଭିଯୋଗ କରିଛନ୍ତି । ଜଙ୍ଗଲ ଅଧିକାର ଆଇନ ଆସିବାର ୧୦ ବର୍ଷ ପରେ ବି ଆଦିବାସୀଙ୍କ ଉପରେ ଅନ୍ୟାୟ କରାଯାଉଥିବା ଅଭିଯୋଗ ହୋଇଛି ।

ଏହି ଆଇନ ବଳରେ ପାଖାପାଖି ୩୦ ହଜାର ଗାଁର ଗ୍ରାମସଭା ଜଙ୍ଗଲ ପରିଚାଳନାର ଅଧିକାର ସ୍ୱୀକୃତି ପାଇବାର ହକଦାର ଥିବା ବେଳେ ମାତ୍ର ୫ ହଜାର ଗାଁକୁ ଜଙ୍ଗଲ ପରିଚାଳନାର ସ୍ୱୀକୃତି ପତ୍ର ମିଳିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :