ୟୁନିଟ ୧ ଆଦିବାସୀ ପଡିଆ ଠାରେ ଚଳିତ ବର୍ଷର ଆଦିବାସୀ ମେଳା ଉଦଘାଟିତ

110

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ବର୍ଷର ଆଦିବାସୀ ମେଳା ଉଦଘାଟିତ ହୋଇଛି । ୟୁନିଟ ୧ ଆଦିବାସୀ ପଡିଆ ଠାରେ ଆୟୋଜିତ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ମେଳାରେ ଆଇଟିଡିଏ ପକ୍ଷରୁ ୨୧ଟି ପ୍ରକଳ୍ପ, ୧୮୫ ଟି ଷ୍ଟଲ ଏବଂ ବିଭିନ୍ନ ଜନଜାତିଙ୍କ ୨୪ଟି ପାରମ୍ପରିକ ଘର ସ୍ଥାନ ପାଇଛି ।

ଆଦିବାସୀ ମେଳାରେ ଖୋଲାଯାଇଥିବା ୩୦ଟି ପିଣ୍ଡିରେ ଆଦିବାସୀଙ୍କ ଉତ୍ପାଦିତ ଖାଦ୍ୟ ଶସ୍ୟ, ଘରକରଣା, ଟେରାକୋଟା ଏବଂ ଲୁଗାପଟା ଆଦି ଉପଲବ୍ଧ ହେବ । ଘରକରଣା ସାମଗ୍ରୀକିଣିବା ସହ ଆଦିବାସୀଙ୍କ ପାରମ୍ପରିକ ଘର ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ସେପଟେ ଉଦଘାଟନ ଅବସରରେ ବିଭିନ୍ନ ଜନଜାତି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଦେଖନ୍ତୁ ଏହି ଭିଡିଓ –