ଆଜି ତିନି ଠାକୁରଙ୍କ ଅଧରପଣା ଲାଗି

18

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ସୁନାବେଶ ପରେ ଆଜି ରଥ ଉପରେ ହେବ ତିନି ଠାକୁରଙ୍କୁ ଅଧରପଣା ନୀତି। ୯ ଦିନର ଯାତ୍ରା ପରେ କାଳିଆ ଠାକୁରଙ୍କୁ ନଜର ଲାଗିଛି । ରଥ ଉପରେ ଥିବା ଚଣ୍ଡି ଚାମୁଣ୍ଡାଙ୍କୁ ହଟାଇବା ପାଇଁ ରଥରେ ଭଂଗାଯିବ ଅଧରପଣା ହାଣ୍ଡି । ମାଟିରେ ତିଆରି ବଡ ବଡ ପାତ୍ରରେ ଚଣ୍ଡି ଚାମୁଣ୍ଡାଙ୍କ ଉଦେଶ୍ୟରେ ପଣା ରଖାଯାଇଥାଏ । ସନ୍ଧ୍ୟାରେ ଏହାକୁ ଶ୍ରୀଜିଉଙ୍କ ଆଗରେ ଭଂଗାଯିବ। ଏହାପରେ ଆସନ୍ତାକାଲି ଶ୍ରୀଜିଉମାନେ ନିଳାଦ୍ରୀ ବିଜେ କରିବେ।