ପାନ୍ ନମ୍ବର ଭଳି ଆଧାର କାର୍ଡ ନମ୍ବରକୁ ମଧ୍ୟ ଗୁପ୍ତ ରଖିବା ପାଇଁ କହିଲେ ଭାରତ ଏକକ ପରିଚୟ କର୍ତ୍ତୃପକ୍ଷ : ଦେଶରେ ଅଧାର ନମ୍ବର ସୁରକ୍ଷାକୁ ନେଇ ଦେଖାଦେଇଛି ବିବାଦ

43

କନକ ବ୍ୟୁରୋ : ଦେଶରେ ଆଧାର କାର୍ଡକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଖାସ କରି ଆଧାରର ନମ୍ବର ଗୁପ୍ତ ରହିନଥିବା ଅନେକ ଅଭିଯୋଗ ଆସିଛି । ପୂର୍ବରୁ ଆଧାର କାର୍ଡର ନମ୍ବକ ମଧ୍ୟ ହ୍ୟାକ ହେଉଥିବା ଅଭିଯୋଗ ଆସିଛି । ତେବେ ଆଧାର ନମ୍ବରକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ତାହାର ସୁରକ୍ଷା ଦିଗରେ ତତ୍ପର ହୋଇଛନ୍ତି ୟୁଆଇଡିଏଆଇ(ଭାରତ ଏକକ ପରିଚୟ କର୍ତ୍ତୃପକ୍ଷ) । ଭାରତ ଏକକ ପରିଚୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଆଧାର ନମ୍ବର ହେଉଛି ଏକ ସମ୍ବେଦନଶୀଳ ତଥ୍ୟ । ପ୍ରତ୍ୟେକ ମଣିଷର ଯେପରି ଭାବରେ ପାନ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟର ନମ୍ବର ହେଉଛି ଗୁରୁତ୍ୱପୂର୍ଣ୍ଣ ଠିକ ସେହିପରି ଅଧାର ନମ୍ବର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ।

 

ତେଣୁ କୈାଣସି ପରିସ୍ଥିତିରେ ମଧ୍ୟ ଏହା ବାହାରେ ପ୍ରଘଟ ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ରଖିବା ଆବଶ୍ୟକ । ଭାରତରେ ଯେଉଁ ଲୋକମାନେ ବସବାସ କରୁଛନ୍ତି ଓ ଯେଉଁ ମାନଙ୍କ ପାଖରେ ଆଧାର କାର୍ଡ ରହିଛି ସେମାନେ ଯେପରି ଭାବରେ ବିନା କୈାଣସି ବାଧାରେ ନିଜର ଆଧାର କାର୍ଡର ନମ୍ବରକୁ ସୁରକ୍ଷିତ ଭାବରେ ବ୍ୟବହାର କରିପାରିବେ ତାହା ଉପରେ ଧ୍ୟାନ ଦେବା ପାଇଂ ସେ କହିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ଆଧାର କାର୍ଡର ତଥ୍ୟ ଲିକ ହେଉଥିବା ଅନେକ ଅଭିଯୋଗ ଆସିଛି । ତେଣୁ ତାହାକୁ ସଠିକ ଭାବରେ ମୁକାବିଲା କରିବା ପାଇଁ ଏପରି କୁହାଯାଇଥିବା ଭାରତ ଏକକ ପରିଚୟ କତ୍ତୃପକ୍ଷ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ।