ଅଡୁଆ କଲା କେନ୍ଦ୍ର ସରକାରଙ୍କ ଆଧାର ଲିଙ୍କ୍ ଫର୍ମୁଲା: ଏକକ ପରିଚୟ ଆଧାର ନମ୍ବରରୁ ପ୍ରଘଟ ହେଲା ଟ୍ରାଇ ଅଧକ୍ଷ୍ୟଙ୍କ ବ୍ୟକ୍ତିଗତ ତଥ୍ୟ

41

କନକ ବ୍ୟୁରୋ : ଆଧାରର ଗୋପନୀୟତା ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିବା ଟ୍ରାଇ ମୁଖ୍ୟ ଆର. ଏସ. ଶର୍ମା ଅଡ଼ୁଆରେ ପଡ଼ିଯାଇଛନ୍ତି । ନିଜର ଆଧାର କାର୍ଡ ନମ୍ବର ୭୬୨୧୭୭୬୮୨୭୪୦ ବୋଲି ଟ୍ଵିଟରରେ ଉଲ୍ଲେଖ କରିଥିଲେ । ତେବେ ଆଧାର କାର୍ଡ ତଥ୍ୟକୁ ଲିକ କରିଥିବା ପାଇଁ ଦୁର ସଂଚାର ସଂସ୍ଥାନ ପ୍ରାଧିକରଣର ଅଧ୍ୟକ୍ଷ ଏବେ ଚର୍ଚ୍ଚାରେ ଅଛନ୍ତି । ସେ ଟ୍ଵିଟରରେ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର କାର୍ଡର ତଥ୍ୟକୁ ସାର୍ବଜନୀନ କରିବା ପାଇଁ ଚ୍ୟାଲେନଜ ଦେଇଥିଲେ । ତେବେ ପରେ ଏହା ଲିକ ହୋଇଥିଲା । ତେବେ ଟ୍ରାଇଙ୍କ ଚ୍ୟାଲେନଜକୁ ସ୍ୱୀକାର କରି ଏଲିପଟ ଏଣ୍ଡରସନ ମାଇକ୍ରୋଗିଗଂ ସାଇଡରେ ଭାଇରାଲ ହୋଇଛି ।

ତେବେ ଟ୍ରାଇଙ୍କ ଏପରି ଯୁକ୍ତି କରିବାର ବା କହିବାର କିଛି ସମୟ ପରେ ନିଜକୁ ଫ୍ରାନ୍ସର ସିକ୍ୟୁରିଟି ବିଶେଷଜ୍ଞ ଭାବେ ପରିଚୟ ଦେଇ ଇଲିଅଟ୍ ଆଲଡରସନ୍ ନାମକ ଜଣେ ବ୍ୟକ୍ତି ଟ୍ଵିଟରରେ ଶ୍ରୀ ଶର୍ମାଙ୍କ ପାନ୍ ନମ୍ବର, ଇ-ମେଲ୍ ଠିକଣା, ଫୋନ୍ ନମ୍ବର ଆଦି ପ୍ରକାଶ କରିଛନ୍ତି। ତେଣୁ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରିବା ସହିତ ଆଧାର ନମ୍ବରକୁ ସାଧାରଣରେ ପ୍ରକାଶ କରିବା ଠିକ୍ ନୁହେଁ ବୋଲି ଆଲଡରସନ୍ କହିଛନ୍ତି। ତେବେ ଆଧାର କାର୍ଡ ତଥ୍ୟ ସାଧାରଣରେ ପରିପ୍ରକାଶ ପାଇବା ପରେ ସାଧାରଣ ଲୋକଙ୍କ ମନେରେ ଏକ ପ୍ରଶ୍ନ ଉଙ୍କି ମାରିଛି ଯେ ଆଧାର କାର୍ଡ ସେମାନଙ୍କର କେତେ ସୁରକ୍ଷା ରହିଛି । ତେବେ ଟ୍ରାଇ ମୁଖ୍ୟଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ସମାଲୋଚନା କରାଯାଇଛି ।