ସରକାରୀ ଯୋଜନାରେ ଆଧାର ଲିଙ୍କର ଡେଡଲାଇନ ମାର୍ଚ୍ଚ ୩୧କୁ ବୃଦ୍ଧି । ସୁପ୍ରିମକୋର୍ଟକୁ ଜଣାଇଲେ ସରକାର

33

କନକ ବ୍ୟୁରୋ : ବ୍ୟାଙ୍କ ଆକାଉଂଟ, ମୋବାଇଲ ଓ ଅନ୍ୟ ସରକାରୀ ଯୋଜନାଗୁଡିକରେ ଆଧାର ଲିଙ୍କ ଅବଧିକୁ ଆସନ୍ତାବର୍ଷ ମାର୍ଚ ୩୧ ତାରିଖ ଯାଏଁ ବଢାଇଦିଆଯାଇଛି । ପୂର୍ବରୁ ଏହି ଅବଧି ଚଳିତମାସ ୩୧ ତାରିଖ ଥିଲା । ଆଜି ଏ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇଦେଇଛନ୍ତି । ଅବଧି ବଢିବା ନେଇ ବିଜ୍ଞପ୍ତି ଶୁକ୍ରବାର ଦିନ ପ୍ରକାଶ ପାଇବ ।

ପୂର୍ବରୁ ଏହି ଅବଧି ବଢାଇବା ପାଇଁ ଅନେକ ଦିନ ଧରି ସରକାରଙ୍କ ଉପରେ ଚାପ ବଢିଚାଲିଥିଲା । ସରକାର ବ୍ୟାଙ୍କ ଆକାଉଂଟ , ମୋବାଇଲ ଓ ବିଭିନ୍ନ ସରକାରୀ ଯୋଜନାଗୁଡିକରେ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରିଛନ୍ତି । ଯେଉଁମାନଙ୍କର ଆଧାର ନମ୍ବର ନଥିବ ସେମାନେ କେବଳ ମାର୍ଚ୍ଚ ୩୧ ତାରିଖ ଭିତରେ ଆଧାର ଲିଙ୍କ କରାଇବେ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଧାର ଲିଙ୍କ ଅବଧି ବଢିବା ନେଇ କେନ୍ଦ୍ର ସରକାର ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟକୁ ଜଣାଇଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଳ ।

କିନ୍ତୁ ମୋବାଇଲ ସହ ଆଧାର ଲିଙ୍କର ସମୟ ସୀମା ଥିବା ଫେବୃୟାରୀ ୬କୁ ଘୁଂଚାଇ ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ତେବେ ଆଧାର ଲିଙ୍କକୁ ବାଧ୍ୟତାମୂଳକ ବିରୋଧରେ ଆବେଦନ କରିଥିବା ଆବେଦକାରୀ ଏଭଳି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।