ବ୍ୟାଙ୍କ ଆକାଉଂଟ ସହ ଆଧାର ଲିଙ୍କ ନେଇ ଡେଡଲାଇନ ଘୁଂଚାଇଲେ କେନ୍ଦ୍ର ସରକାର । ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଂଚିଲା ସମୟ ସୀମା ।

23

କନକ ବ୍ୟୁରୋ : ବ୍ୟାଙ୍କ ଆକାଉଂଟ ସହ ଆଧାର ଲିଙ୍କ ନେଇ ଘୁଂଚିଲା ଡେଡଲାଇନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ସମୟ ସୀମାକୁ ଘୁଂଚାଇ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏନେଇ ନୋଟିଫିକେସନ କରାଯାଇଛି । ଡିସେମ୍ବର ୩୧ତାରିଖକୁ ବ୍ୟାଙ୍କ ଆକାଉଁଟ ସହ ସଂଯୋଗ କରିବା ପାଇଁ ଡେଡଲାଇନ ଧାର୍ଯ୍ୟ କରିଥିଲେ ସରକାର ।

ତେବେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ କେତେକ ଆବେଦନ ହୋଇଥିଲା । ବ୍ୟାଙ୍କ ଆକାଉଁଟ ଓ ମୋବାଇଲ ନମ୍ବର ସହ ଆଧାରକୁ ସଂଯୋଗ କରିବା ସାମ୍ବିଧାନିକ ମୌଳିକ ଅଧିକାର ଉଲଂଘନ କରୁଛି ବୋଲି ଦର୍ଶାଇ ଅଭିଯୋଗ ହୋଇଛି ।ଏବଂ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରାଯିବ ।