ଆଧାର ! ଜୁଲାଇ ୧ରୁ ଏହି ସବୁ ନିୟମ ହେବ ଲାଗୁ

43

କେନ୍ଦ୍ର ସରକାର ପାନ୍‌ ସହିତ ଆଧାର ଲିଙ୍କ୍‌ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଜୁଲାଇ ୧ରୁ ଏହି ନିଷ୍ପତ୍ତି ଲାଗୁ ହେବ । ଆୟକର ନିୟମରେ ସଂଶୋଧନ କରି ଏବଂ ତାହାର ବିଜ୍ଞପ୍ତି ଜାରି କରି ସରକାର ଜଣାଇ ଦେଇଛନ୍ତି ଯେ ପାନ୍‌ ପାଇଁ ଆବେଦନ କରିବାକୁ ହେଲେ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର କିମ୍ବା ଆଧାର ପଞ୍ଜୀକରଣ ନମ୍ବର ଦାଖଲ କରିବାକୁ ପଡ଼ିବ ।

• ପାସ୍‌ପୋର୍ଟ : ବିନା ଆଧାରରେ ମିଳିବନି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଧାରକୁ ପାସ୍‌ପୋର୍ଟ ପାଇଁ ବାଧ୍ୟତାମୂଳକ କରିଛନ୍ତି ।

• ପିଏଫ୍‌: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ପିଏଫ୍‌ ଖାତା ସହିତ ଆଧାର ଲିଙ୍କ୍‌ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଜୁନ୍‌ ୩୦ ପର୍ଯ୍ୟନ୍ତ ଏଥିପାଇଁ ମହଲତ ପ୍ରଦାନ କରାଯାଇଛି । ପେନ୍‌ସନ୍‌ ଭୋଗୀ ମାନଙ୍କୁ ମଧ୍ୟ ଆଧାର ଦାଖଲ କରିବାକୁ କୁହାଯାଇଛି ।

• ରେଳ ଟିକଟ: ରେଳ ଟିକଟ ଉପରେ ରିହାତି ହାସଲ କରିବାକୁ ହେଲେ ଆଧାର ଦାଖଲ କରିବାକୁ ପଡ଼ିବ । ଭାରତୀୟ ରେଳ ପକ୍ଷରୁ ଏଥିପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି ।

• ବୃତ୍ତି : କେନ୍ଦ୍ର ମାବନ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ ଏବଂ କଲେଜ ବୃତ୍ତି ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି । ସରକାର ବୃତ୍ତି ପାଇବାକୁ ହେଲେ ଆଧାର ଦେବାକୁ ପଡ଼ିବ । ଆଧାର ନଥିଲେ ଜୁଲାଇ ୧ ପରଠାରୁ ବୃତ୍ତି ରାଶି ମିଳିବନି ।

• ପିଡିଏସ୍‌: ରାସନ୍‌ କାର୍ଡ ସହିତ ଆଧାର ଲିଙ୍କ୍‌ କରାଯାଇନଥିଲେ ଜୁଲାଇ ୧ରୁ ପିଡିଏସ୍‌ ସୁବିଧା ମିଳିବନି । ପିଡିଏସ୍‌ ସବ୍‌ସିଡି ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି ।

• ବିଦେଶ ଯାତ୍ରା କରୁଥିବା ବିମାନ ଯାତ୍ରୀଙ୍କୁ ଜୁଲାଇ ୧ ପରଠାରୁ ଡିପାରେଚର୍‌ ଫର୍ମ ଦାଖଲ କରିବାକୁ ପଡ଼ିବ ନାହିଁ ।

• ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ପାଇଁ ପ୍ରଧାନମନ୍ତ୍ରୀ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବେ ।

• ଅଷ୍ଟ୍ରେଲିଆକୁ ବିମାନରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଅନଲାଇନ୍‌ ଭିଜିଟର୍‌ ଭିସା ବ୍ୟବସ୍ଥା ଜୁଲାଇ ୧ରୁ ଉପଲବ୍ଧ ହେବ ।