ପ୍ୟାନ୍ କାର୍ଡର ସ୍ଥାନ ନେଇପାରେ ଆଧାର କାର୍ଡ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସଂକେତ

37

କନକ ବ୍ୟୁରୋ : ପ୍ୟାନ୍ କାର୍ଡର ସ୍ଥାନ ନେଇପାରେ ଆଧାର କାର୍ଡ । ଆଗାମୀ ଦିନରେ ପ୍ୟାନ୍ କାର୍ଡ ବଦଳରେ ଆଧାର କାର୍ଡର ଆବଶ୍ୟକତା ଜରୁରୀ ହୋଇପାରେ । ଏ ସଂପର୍କରେ ସଂକେତ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଅର୍ଥ ବିଧେୟକ ନେଇ ଲୋକସଭାରେ ଚର୍ଚ୍ଚା ବେଳେ ଏଭଳି ସଂକେତ ଦେଇଛନ୍ତି ଅର୍ଥମନ୍ତ୍ରୀ । ଆର୍ଥିକ କାରବାର ପାଇଁ ବିଶେଷ ଭାବେ ଆବଶ୍ୟକ ହେଉଥିବା ପ୍ୟାନ୍ କାର୍ଡର ବ୍ୟବହାର ନେଇ ମଧ୍ୟ ଏକ ସମସ୍ୟା ଦେଖାଦେଇଛି ।

ଜଣେ ବ୍ୟକ୍ତିଙ୍କ ପାଖରେ ଏକାଧିକ ପ୍ୟାନ୍ କାର୍ଡ ରହିଥିବା ଘଟଣା ମଧ୍ୟ ସାମନାକୁ ଆସିଛି । ତେଣୁ କର ଫାଙ୍କିବା ଉଦ୍ଦେଶ୍ୟରେ ଏକାଧିକ ପ୍ୟାନକାର୍ଡ ବ୍ୟବହାର ହେଉଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଜଣେ ବ୍ୟକ୍ତିଙ୍କ ପାଇଁ କେବଳ ଗୋଟିଏ ପ୍ୟାନକାର୍ଡ ନମ୍ବର ରହିଛି । ତେଣୁ ଆଗାମୀ ଦିନରେ ବ୍ୟକ୍ତିଗତ କରଦାତାଙ୍କ ପାଇଁ ଆଧାର କାର୍ଡ ହିଁ ପ୍ୟାନକାର୍ଡର ସ୍ଥାନ ନେଇପାରେ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।