ଟିକେଟ୍ ବୁକିଂ ପାଇଁ ଆଧାରକାର୍ଡ ହେବ ବାଧ୍ୟତାମୂଳକ ! ନିଷ୍ପତି ନେଲେ ଭାରତୀୟ ରେଳବାଇ

54

କନକ ବ୍ୟୁରୋ : ଟିକେଟ୍ ବୁକିଂ ପାଇଁ ଆଧାରକାର୍ଡ ହେବ ବାଧ୍ୟତାମୂଳକ । ଏଣିକି ଆଧାର କାର୍ଡ ନହେଲେ ବୁକ୍ କରିହେବନି ଅନଲାଇନ ଟିକେଟ୍ । ଏପରି ନିଷ୍ପତି ନେଇଛି ଭାରତୀୟ ରେଳବାଇ । ଟିକେଟ୍ ବୁକିଂରେ ହେଉଥିବା ଠକେଇକୁ ରୋକିବା ପାଇଁ ରେଳବାଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।

ଫଳରେ ଖୁବ୍ ଶୀଘ୍ର ଆଧାର ବେସ୍ଡ ଅନଲାଇନ ଟିକେଟିଂ ସିଷ୍ଟମ ଆରମ୍ଭ କରିବାକୁ ଯାଉଛି ରେଳବାଇ । ଏହା ସହ ବରିଷ୍ଠ ନାଗରିକଙ୍କୁ ମିଳୁଥିବା ସୁବିଧା ପାଇଁ ମଧ୍ୟ ଆଧାର କାର୍ଡ ବାଧ୍ୟତାମୂଳକ ହେବ । ଆସନ୍ତା ଏପ୍ରିଲ ୧ ତାରିଖରୁ ଏଥି ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ ।