ଜୁଲାଇରୁ ଆଧାର ଅନିବାର୍ଯ୍ୟ ! ରିଟର୍ଣ୍ଣ ଦାଖଲ ଓ ପ୍ୟାନ୍ ଆବେଦନ ପାଇଁ ଏଣିକି ଆଧାର ଜରୁରୀ, ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ପଷ୍ଟ କଲା ସିବିଡିଟି

22

କନକ ବ୍ୟୁରୋ : ଜୁଲାଇରୁ ଆଧାର ଅନିବାର୍ଯ୍ୟ । ରିଟର୍ଣ୍ଣ ଦାଖଲ ଓ ପ୍ୟାନ୍ ଆବେଦନ ପାଇଁ ଆଧାର ଜରୁରୀ । ସୁପ୍ରିମକୋର୍ଟଙ୍କ ରାୟ ପରେ ଏନେଇ ସ୍ପଷ୍ଟ କଲା ସିବିଟିଡି । ଜୁଲାଇ ପହିଲାରୁ ଆୟକର ରିଟର୍ଣ୍ଣ ଭରିବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ହେବ । ଏଥିସହ ପ୍ୟାନ୍ କାର୍ଡ ଆବେଦନ ପାଇଁ ମଧ୍ୟ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯିବ ବୋଲି ସିବିଡିଟି କହିଛି ।

ସେହିପରି କୌଣସି ବ୍ୟକ୍ତିଙ୍କ ଆଧାର ନଥିଲେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସେମାନଙ୍କୁ ସାମୟିକ ରିହାତି ଦିଆଯାଇଛି । ଯେଉଁମାନଙ୍କ ଆଧାର ନାହିଁ କିମ୍ବା ଗୋପନୀୟତା ନରହିବା କାରଣରୁ ଏହି କାର୍ଡ ଏବେ ନକରନ୍ତ, ସେମାନଙ୍କ ପାନ୍ କାର୍ଡ ବାତିଲ ହେବ ନାହିଁ । ସେହିଭଳି ପ୍ୟାନ୍ ନମ୍ବର ଉଲେଖ କରିନପାରିବାରୁ ଆୟକର ବିଭାଗ ପକ୍ଷରୁ ଯେଉଁ କାର୍ଯ୍ୟାାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ସେଥିରୁ ସେମାନଙ୍କୁ ରିହାତି ମିଳିବ ।