ବିବାଦୀୟ ବିଜ୍ଞାପନ ! ମେଣ୍ଢା ମାଂସ ଖାଉଛନ୍ତି ଭଗବାନ୍ ଶ୍ରୀଗଣେଶ, ଉତ୍‌କ୍ଷିପ୍ତ ହିନ୍ଦୁ ସମାଜ

119

କନକ ବ୍ୟୁରୋ : ଭଗବାନ୍ ଶ୍ରୀଗଣେଶ ଖାଉଛନ୍ତି ମେଣ୍ଢା ମାଂସ । କେବଳ ଗଣେଶ ନୁହଁନ୍ତି ଅନ୍ୟ ଧର୍ମର ଆରାଧ୍ୟ ଦେବାଦେବୀମାନେ ମଧ୍ୟ ମେଣ୍ଢା ମାଂସ ଖାଉଛନ୍ତି । ଏପରି ଏକ ବିବଦୀୟ ବିଜ୍ଞାପନ କରିଛି ଅଷ୍ଟ୍ରେଲିଆର ଏକ କମ୍ପାନୀ । ବିଜ୍ଞାପନରେ ସ୍ଥାନ ପାଇଥିବା ଅନ୍ୟାନ୍ୟ ଦେବାଦେବୀଙ୍କ ମଧ୍ୟରେ ଅଛନ୍ତି ଯୀଶୁ, ବୁଦ୍ଧ, ଥୋର୍ ଏବଂ ଜିଅସ୍ । ସେମାନେ ଏକ ବାର୍ବେକ୍ୟୁରେ ଡାଇନିଙ୍ଗ୍ ଟେବଲରେ ବସି ମେଣ୍ଢାମାଂସ ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଖାଇବାକୁ ଉତ୍ସାହିତ କରୁଛନ୍ତି । ବିଜ୍ଞାପନ କହୁଛି, ମେଣ୍ଢା ମାଂସ ଆମେ ସମସ୍ତେ ଖାଇ ପାରିବା ।

ganeshhତେବେ ଏହି ବିବାଦୀୟ ବିଜ୍ଞାପନ ପରେ ବିଭିନ୍ନ ସ୍ଥାନରେ ବିରୋଧ ସୃଷ୍ଟି ହୋଇଛି । ବିଜ୍ଞାପନକୁ ପ୍ରତ୍ୟାହାର କରିନେବାକୁ ଅଷ୍ଟ୍ରେଲିଆର ହିନ୍ଦୁ ସମ୍ପ୍ରଦାୟ ଦାବି କରିଛି । ଏହି ବିଜ୍ଞାପନ ଦ୍ୱାରା ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଲାଗିଛି । ପଶ୍ଚିମ ଅଷ୍ଟ୍ରେଲିଆ ଭାରତୀୟ ସମାଜର ମୁଖପାତ୍ର ନୀତିନ ବଶିଷ୍ଠ କହିଛନ୍ତି ହିନ୍ଦୁ ସମ୍ପ୍ରଦାୟ ପ୍ରତି ଗଣେଶଙ୍କୁ  ବିଜ୍ଞାପନରେ ସାମିଲ କରିବା ଏକ ଦାୟିତ୍ୱହୀନତା । ତେଣୁ ସୋମବାର ଦିନ ଅଷ୍ଟ୍ରେଲିଆର ମାଂସ ଏବଂ ପଶୁସମ୍ପଦ ରିଲିଜ କରିଥିବା ବିଜ୍ଞାପନ ସଂକ୍ରାନ୍ତରେ ଅଷ୍ଟ୍ରେଲିୟାନ ଷ୍ଟାଣ୍ଡାର୍ଡ ବ୍ୟୁରୋକୁ ଅବଗତ କରାଯାଇଛି। ତେବେ ହିନ୍ଦୁ ଦେବା ଦେବୀଙ୍କୁ ବିଜ୍ଞାପନରେ ନେଇ ଧର୍ମୀୟ ଭାବନାକୁ ଆଘାତ କରିବା ଭଳି ଘଟଣା ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି  ।

ଦେଖନ୍ତୁ ଏହି ବିବାଦୀୟ ବିଜ୍ଞାପନ :