ଛାତ୍ରଙ୍କ ମାଙ୍କ ତଂଟି ଚିପି ହତ୍ୟା କରିଥିବା ସ୍ୱୀକାର କଲେ ଅଭିଯୁକ୍ତ ଶିକ୍ଷକ

50

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟ୍ୟୁସନ୍ ସାରଙ୍କ ମାଡରେ ଛାତ୍ରଙ୍କ ମା’ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଶିକ୍ଷକ ରଶ୍ମିକାନ୍ତ ସାହୁଙ୍କୁ ଗିରଫ କରିଛି ପୁଲିସ୍ । ମହିଳାଙ୍କ ତଣ୍ଟିଚିପି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅଭିଯୁକ୍ତ ରଶ୍ମିକାନ୍ତ। ପୁଅର ପାଠପଢା ନେଇ ପ୍ରଶ୍ନ କରିବାକୁ ଉତେଜିତ ହୋଇ  ଅଭିଯୁକ୍ତ ଶିକ୍ଷକ ଜଣକ ଏପରି କରିଛନ୍ତି । ଘଟଣାଟି ଘଟିଛି ଭୁବନେଶ୍ୱରର ବିଜେବି ନଗରରେ । ମୃତ ମହିଳା ଜଣକ ଜୟା ପି. ଶିଲା। ତାଙ୍କ ଘର ଆନ୍ଧ୍ରପ୍ରଦେଶର ନେଲୋରରେ । ସେ ଭୁବନେଶ୍ୱର ବିଜେବି ନଗରରେ ରହୁଥିଲେ।

ଘଟଣା ଦିନ ମହିଳା ଜଣକ ପୁଅର ପାଠପଢା ସମ୍ପର୍କରେ ସାରଙ୍କ ସହ କଥା ହେବାକୁ ଯାଇଥିଲେ । ତେବେ କୌଣସି କାରଣରୁ ହଠାତ ଉତକ୍ଷିପ୍ତ ହୋଇପଡିଥିଲେ ଟ୍ୟୁସନ୍ ସାର । ଆଉ ମହିଳାଙ୍କୁ ଆକ୍ରମଣ କରିଥିଲେ । କିଛି ସମୟ ପରେ ଶିକ୍ଷକ ଜଣକ ମହିଳାଙ୍କ ଡ୍ରାଇଭରଙ୍କୁ ଡାକି ତାଙ୍କ ଅସୁସ୍ଥ ଥିବା କହିଥିଲେ ଏବଂ ମେଡିକାଲ ନେଇଯିବାକୁ ପରାମର୍ଷ ଦେଇଥିଲେ। ହେଲେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ସଂପୃକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ।