ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ଡେଙ୍ଗୁ : ପଡୋଶୀ ସାହିଦ କପୁରଙ୍କୁ ବିଏମସିର ନୋଟିସ

22

bollywood-healthy-promotional-campaign-mansingh-actor-event_1e32530e-7bd6-11e6-85ec-37294133f8acଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ଡେଙ୍ଗୁ । ପଡୋଶୀ ସାହିଦ କପୁରଙ୍କୁ ନୋଟିସ । ଡେଙ୍ଗୁ ଜ୍ୱରରେ ପୀଡିତ ହେବା ପରେ ବିଦ୍ୟାଙ୍କୁ ଘରେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି । ତେବେ ଏଡିସ ମଶା ଯୋଗୁଁ ଡେଙ୍ଗୁ ବ୍ୟାପିଥିବା ଅଭିଯୋଗରେ ବିଦ୍ୟାଙ୍କ ଦୁଇ ପଡୋଶୀଙ୍କୁ ନୋଟିସ ଜାରି କରିଛି ବମ୍ବେ ମ୍ୟୁନିସିପାଲ କର୍ପୋରେସନ ।

sahidଜୁହୁ ଟାଟ୍ରା ରୋଡରେ ଗୋଟିଏ ଆପାର୍ଟମେଂଟରେ ରହୁଛନ୍ତି ବିଦ୍ୟା ବାଲାନ ଓ ସାହିଦ କପୁର । ବିଦ୍ୟାଙ୍କ ଘରର ଦୁଇ ମହଲା ତଳେ ପ୍ରଣୀତା ଆପାର୍ଟମେଂଟର ରହୁଛନ୍ତି ଅଭିନେତା ସାହିଦ କାପୁର । ତେବେ ବିଏମସିର ଅନୁସନ୍ଧାନ ପରେ ଜଣାପଡିଛି ଯେ, ସାହିଦଙ୍କ ଏକ ଅବ୍ୟବହୃତ ସୁଇମିଙ୍ଗ ପୁଲରେ ବଂଶ ବିସ୍ତାର କରୁଛନ୍ତି ଡେଙ୍ଗୁ ଭୂତାଣୁ ବାହକ ଏଡିସ ମଶା ।

ତେଣୁ ବିଏମସି ଆଇନର ଧାରା ୩୮୨ ବଳରେ ସାହିଦଙ୍କୁ ନୋଟିସ କରାଯାଇଛି । ଏଥିପାଇଁ ସାହିଦଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ । ଡେଙ୍ଗୁ ସଂଦେହରେ ଗତ ୧୧ ଦିନରେ ବମ୍ବେ ସହରର ବିଭିନ୍ନ ହସ୍ପିଟାଲରେ ପ୍ରାୟ ୧୫ଶହ ରୋଗୀ ଭର୍ତି ହେଲେଣି । ତେଣୁ ପରିବେଶ ପରିଚ୍ଛନତାକୁ ଗୁରୁତ୍ୱ ଦେଉଛି ମ୍ୟୁନିସିପାଲ କର୍ପୋରେସନ ।