ପାକିସ୍ତାନୀ କ୍ରିକେଟରଙ୍କ ସହ ସମ୍ପର୍କକୁ ନେଇ ଦିନେ ଚର୍ଚ୍ଚାରେ ଥିଲେ ତମନ୍ନା ! ଆଜି ସର୍ବାଧିକ ରୋଜଗାର କରୁଥିବା ସାଉଥ ନାୟିକା ।

42

 ବଲିଉଡ ଦୁନିଆରେ ପ୍ରବେଶ କରିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାର ଆସିଥାନ୍ତି । ସେହିପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ବଲିଉଡ ଦୁନିଆରେ ପ୍ରବେଶ କରି ଅନେକ ଫିଲ୍ମରେ ଅଭିନୟ କରିସାରିଛନ୍ତି । କିନ୍ତୁ ବି-ଟାଉନରେ ତାଙ୍କୁ ସଫଳତା ଛୁଇଁ ପାରିନାହିଁ  । କିନ୍ତୁ ଏହି ଅଭିନେତ୍ରୀଙ୍କର ଦେଶର କୋଣଅନୁକୋଣରେ ଅନେକ ଫ୍ୟାନ ଅଛନ୍ତି । ବିଶ୍ୱରେ କମାଲ କରିଥିବା ସାଉଥ ଫିଲ୍ମ ‘ବାହୁବଳି’ର ଲିଡ ରୋଲରେ ସେ ଥିଲେ ।

ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଲୋକପ୍ରିୟ ସାଉଥ ଅଭିନେତ୍ରୀ ତମନ୍ନା ଭଟ୍ଟିୟା । ଆଜି ହେଉଛି ତମନ୍ନାଙ୍କ ଜନ୍ମ ଦିବସ । ୨୧ ଡିସେମ୍ବର ଆଜିକା ଦିନରେ ତମନ୍ନା ଜନ୍ମ ଗ୍ରହଣ କରିଥିଲେ । ୨୮ ବର୍ଷରେ ପଦାର୍ପଣ କରିଛନ୍ତି ତମନ୍ନା । ଏହି ଜନ୍ମ ଦିବସ ଅବସରରେ ଆପଣଙ୍କୁ ତମନ୍ନାଙ୍କ ବିଷୟରେ ଚର୍ଚ୍ଚା ହେଉଥିବା କିଛି ଖାସ କଥା ଜଣାଇବୁ । ତମନ୍ନାଙ୍କର  ପାକିସ୍ତାନି କ୍ରିକେଟର ଅବୁଦଲ ରଜ୍ଜାକ ସହ ଆଫେୟାର ଥିବା ନେଇ ଚର୍ଚ୍ଚା ହେଉଛି ।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ତମନ୍ନା ଓ ଅବୁଦଲ ରଜ୍ଜାକ ଏକ ଜୁଏଲରୀ ସୋ’ରୁମରେ ଏକା ସହିତ ଠିଆ ହୋଇଥିବା ଦେଖିବାକୁ ମଳିଥିଲା । ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଦୁହଁଙ୍କ ଭିତରେ ଆଫେୟାର ଚାଲିଛି ବୋଲି ଚର୍ଚ୍ଚା କରିବାରେ ଲାଗିଲେ । ଦୁହେଁ ବହୁତ ଶିଘ୍ର ବିବାହ କରିବେ । ଯାହାପାଇଁ ତମନ୍ନା ସଫିଙ୍ଗ କାମ ଆରମ୍ଭ କରିଦେଲେଣି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । କିନ୍ତୁ ବାସ୍ତବରେ ଏହି ଫଟୋ ୨୦୧୩ ମସିହାରେ ଏକ ଜୁଏଲରୀ ସୋ’ରୁମର ଉଦଘାଟନ କରୁଥିବା ଫଟୋ ଥିଲା ।  ଯେଉଁଥରେ ଦୁହେଁ ଏକା ସହ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।

ପାକ କ୍ରିକେଟର ଅବଦୁଲ ରଜ୍ଜାକ ପୂର୍ବରୁ ହିଁ ବିବାହ କରିସାରିଛନ୍ତି । ଏହି ଖବର ଆସିଲା ପରେ କ୍ରିକେଟ ଫିଲ୍ଡରେ  ହଲଚଲ ସୃଷ୍ଟି କରିଥିଲା । କିନ୍ତୁ ଏହା କେବଳ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ତମନ୍ନା ସାଉଥର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସାଉଥର ଏକ ନମ୍ବର ଅଭିନେତ୍ରୀ ବି କୁହାଯାଏ । ୧୫ ବର୍ଷ ପୂର୍ବେ ତମନ୍ନା ବଲିଉଡ ଫିଲ୍ମରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ତା’ପରେ ଅନେକ ମ୍ୟୁଜିକ ଆଲମରେ ନଜର ଆସିଥିଲେ ତମନ୍ନା ।ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ଲୋକପ୍ରିୟତାକୁ ଦେଖି ନିର୍ଦ୍ଦେଶକ ଏସ.ଏସ.ରାଜାମୌଲୀ ଫିଲ୍ମ ‘ବାହୁବଳି’ ଓ ‘ବାହୁବଳି ୨’ ପାଇଁ ସାଇନ କରିଥିଲେ । ପରେ ଏହି ଫିଲ୍ମକୁ ନେଇ ବିଶ୍ୱରେ ଚର୍ଚ୍ଚା ହୋଇଥିଲା । ହିଟ ଓ ଫ୍ଲପ ଖେଳରେ ତମନ୍ନାଙ୍କର  ଅନେକ ଫିଲ୍ମ ଫ୍ଲପ ହୋଇଥିଲେ ବି ତାଙ୍କ କ୍ୟାରିୟର ଉପରେ କିଛି ଖରାପ ପ୍ରଭାବ ପଡିନଥିଲା ।

୨୦୧୩ରେ ଅଜୟ ଦେବଗାନଙ୍କ ସହ ‘ହିମ୍ମତବାଲା’ ଓ ୨୦୧୪ରେ ଅକ୍ଷୟ କୁମାର ସହ ‘ଏଂଟରଟେନମେଂଟ’କୁ ଛାଡି ଫିଲ୍ମ ‘ହାମଶକଲସ’ରେ ରିତେସ ଦେଶମୁଖ ଓ ସୈଫ ଅଲୀ ଖାନ ଷ୍ଟାରଙ୍କ ସହ କାମ କରିବା ପରେ ବି ତମନ୍ନା ବଲିଉଡ ଦୁନିଆରେ ସଫଳତାର ପାଦ ଛୁଇଁ ପାରିନାହନ୍ତି । ତମନ୍ନା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଅଭିନେତ୍ରୀ ।