ମଧୁବାଲାଙ୍କ ଡୁପ୍ଲିକେଟ୍ ଥିଲେ ଏହି ନାୟିକା ! ଗୋଟିଏ ଦୁର୍ଘଟଣା ବଦଳାଇଦେଲା ଦୁନିଆ

28

ବଲିଉଡ୍ ଏବଂ ଅଣ୍ଡରୱଲଡ କନେକ୍ସନ୍ ଅନେକ ପୁରୁଣା ଏବଂ ଗଭୀର । ତେବେ ଏକଥା କାହାକୁ ଅଛପା ନାହିଁ । କେତେବେଳେ ନାୟିକା ମାନଙ୍କ ମନ ଡନ୍ ମାନଙ୍କ ଉପରେ ଚାଲି ଆସିଥାଏ ତ କେତେବେଳେ ଡନ୍ ମାନେ ନାୟିକା ମାନଙ୍କ ପାଇଁ ହୋଇଥାନ୍ତି ପାଗଳ । ସେହିପରି ଜଣେ ଅଣ୍ଡରୱଲଡ ଡନ୍ ଥିଲା ହାଜି ମସ୍ତାନା ଯିଏ ମଧୁବାଲାଙ୍କ ପାଇଁ ପାଗଳ ଥିଲା ।

ଶୁଣିବାକୁ ମିଳିଥିଲା ହାଜି ମସ୍ତାନା ମଧୁବାଲାଙ୍କୁ ଖୁବ୍ ପସନ୍ଦ କରୁଥିଲା । ଆଉ ତାଙ୍କୁ ବିବାହ କରିବାକୁ ଚାହୁଁଥିଲା । କିନ୍ତୁ ହାଜି ଏନେଇ କିଛି କହିବା ପୂର୍ବରୁ ମଧୁବାଲାଙ୍କ ମୃତ୍ୟୁବରଣ କରିଥିଲେ । ତେବେ ମଧୁବାଲାଙ୍କ ମୃତ୍ୟୁ ଯେଉଁଠି ହାଜିଙ୍କୁ ଶକ୍ତ ଧକା ଦେଇଥିଲା, ସେଠି ମଧୁବାଲାଙ୍କ ଡୁପ୍ଲିକେଟଙ୍କ ଭାଗ୍ୟ ଖୋଲିଦେଇଥିଲା । ମଧୁବାଲାଙ୍କ ପରି ଦେଖାଯାଉଥିବା ଏହି ମହିଳାଙ୍କ ନାଁ ଥଲା ସୋନା । ଯେତେବେଳେ ସୋନା ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଲେ ସେତେବେଳେ ସମସ୍ତେ କିଛି କ୍ଷଣ ପାଇଁ ଭାବିଲେ ମଧୁବାଲା ପୁଣିଥରେ ଫେରି ଆସିଛନ୍ତି । ଉଭୟଙ୍କ ଚେହେରାରେ ଏତେ ସମାନତା ଥିଲା ଯେ ବଲିଉଡର ଅନେକ ବ୍ୟକ୍ତି ଧୋକା ଖାଇଗଲେ ।

ଏହାରି ଭିତରେ ମଧୁବାଲାଙ୍କ ପରି ଦେଖାଯାଉଥିବା ସୋନାଙ୍କ ଖବର ଡନ୍ ହାଜି ମସ୍ତାନାର କାନରେ ପଡିଥିଲା । ସୋନାଙ୍କୁ ଦେଖିବା ପରେ ହାଜି ତାଙ୍କ ପ୍ରେମରେ ପଡିଯାଇଥିଲେ । ହାଜି ପ୍ରଥମେ ସୋନାଙ୍କୁ ନିଜ ପ୍ରଯୋଜନାରେ ତିଆରି ଏକ ସିନେମାରେ ଦେଖିଥିଲେ । ସୋନାଙ୍କୁ ଦେଖିବା ପରେ ତାଙ୍କୁ ବିବାହ କରିବା ପାଇଁ ମା’ଙ୍କ ପାଖରେ ପହଂଚିଯାଇଥିଲେ ହାଜି । ତେବେ ହାଜି ପ୍ରଥମରୁ ବିବାହିତ ଥିଲେ ମଧ୍ୟ ସୋନା ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ଏବଂ ହାଜିଙ୍କ ପ୍ରଥମ ବିବାହର ପ୍ରଭାବ ଉଭୟଙ୍କ ସଂପର୍କରେ ପଡିନଥିଲା । ହେଲେ ବିବାହର କିଛି ବର୍ଷ ପରେ ସୋନାଙ୍କ ଜୀବନରେ ମାଡି ଆସିଥିଲା ଦୁଃଖର ପାହାଡ ଯେତେବେଳେ ହାଜିଙ୍କ ମୃତ୍ୟୁ ହୋଇଥିଲା । ହାଜିଙ୍କ ମୃତ୍ୟୁ ପରେ ସୋନାଙ୍କୁ ଗୋଟିଏ ଓଳି ମଧ୍ୟ ଖାଇବାକୁ ମିଳିଲା ନାହିଁ । ଅନ୍ୟପଟେ ହାଜିଙ୍କ ପରିବାର ସୋନାଙ୍କ ଶତ୍ରୁ ପାଲଟିଯାଇଥିଲା ।