ଖୁବ୍ ଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତି ରାଣୀ !

26

ଦୀର୍ଘ ଦିନର ବ୍ୟବଧାନ ପରେ ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀ ପୁଣି ବଡ଼ ପରଦାକୁ ଫେରିବା ପାଇଁ ସଜବାଜ ହେଉଛନ୍ତି । ୟଶରାଜ୍ ବ୍ୟନାର ଅଧୀନରେ ନିର୍ମାଣ ହେଉଥିବା ‘ହିଚକି’ ଫିଲ୍ମ ମାଧ୍ୟମରେ ସେ ପୁଣି ଅଭିନୟକୁ ଫେରିବେ ।

ଗତ ଏପ୍ରିଲ୍ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବାବେଳେ ଏବେ ତାହା ଶେଷ ହୋଇଯାଇଛି । ସେଥିରେ ରାଣୀଙ୍କୁ ଜଣେ ଦିବ୍ୟାଙ୍କ ଭୂମିକାରେ ଦେଖିବାକୁ ମିଳିବ । ‘ବ୍ଲାକ୍’ ଫିଲ୍ମରେ ଉଲ୍ଲେଖନୀୟ ଅଭିନୟ ପରେ ରାଣୀ ଏହି ନୂଆ ଫିଲ୍ମ ଜରିଆରେ ଦର୍ଶକଙ୍କ ହୃଦୟ ଜିତିବେ ବୋଲି ଆଶା କରାଯାଉଛି ।