ଟ୍ୱିଟରରେ ସୁଷମାଙ୍କୁ ସହାୟତା ମାଗିଲେ ମଲ୍ଲିକା ଶେରାୱତ ! ଜାଣନ୍ତୁ କ’ଣ ରହିଛି ଅଭିନେତ୍ରୀଙ୍କ ସମସ୍ୟା ?

64

ବଲିଉଡ ଅଭିନେତ୍ରୀ ମଲ୍ଲିକା ଶେରାୱତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସହାୟତା ମାଗିଛନ୍ତି । ମଲ୍ଲିକା ଶେରାୱତ ଏବେ ଏକ ବେସରକାରୀ ସଂଗଠନ ଫ୍ରି-ଏ-ଗର୍ଲ ଇଣ୍ଡିଆରେ କାମ କରୁଛନ୍ତି । ଏହି ସଂସ୍ଥା ଛୋଟପିଲାଙ୍କର ଯୌନ ଶୋଷଣ ବିରୋଧରେ କାମ କରୁଛି । ଏହି ସଂସ୍ଥା ପାଇଁ ମଲ୍ଲିକା, ସୁଷମା ସ୍ୱରାଜଙ୍କୁ ସହାୟତା ମାଗିଛନ୍ତି । ମଲ୍ଲିକା ଏହି ଏନଜିଓର ସହ ପ୍ରତିଷ୍ଠାତା ଏବଲିନ ହୋଲସ୍କନଙ୍କ ପାଇଁ ଭାରତର ଭିସା ପାଇଁ ସହାୟତା ମାଗିଛନ୍ତି । ମଲ୍ଲିକାଙ୍କ କହିବା ଅନୁସାରେ ତାଙ୍କର ଭିସାକୁ ବାରମ୍ବାର ରବ୍ଦ କରାଯାଇଛି । ଏହି ସଂଗଠନ ଯୌନ ଶୋଷଣ ବିରୋଧରେ ଅନେକ କାମ କରିଥିବା ମଲ୍ଲିକା କହିଛନ୍ତି । ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ସେ ଟ୍ୱିଟରରେ ସୁଷମାଙ୍କୁ ସହାୟତା ମାଗିଛନ୍ତି ।

ଫ୍ରି-ଏ-ଗର୍ଲ ଏନଜିଓ ବାଲ୍ୟ ଯୌନ ଶୋଷଣ ବିରୋଧରେ ଜାଗରଣ ଅଭିଯାନ ଜାରି ରଖିଛି । ଏହା ବ୍ୟତୀତ ବାଲ୍ୟ ବେଶ୍ୟାବୃତ୍ତି କୁ ଯୋଡ଼ି ହୋଇଥିବା ଆଇନ କାନୁନରେ ମଧ୍ୟ ନ୍ୟାୟ ମାଗିଛି । ଏହାର ଏକମାତ୍ର କାରଣ ହେଉଛିଯେ ଯେପରି ଆରୋପୀ ଜେଲରୁ ଖୁବ ଶୀଘ୍ର ନ ବାହାରନ୍ତୁ । ଏହି ସଂସ୍ଥା ଦ୍ୱାରା ଚାଲୁଥିବା ସ୍କୁଲ ଫର ଜଷ୍ଟିସ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସେଡର । ଏହି କାର୍ଯ୍ୟକ୍ରମ ଦ୍ୱାରା ବେଶ୍ୟାଳୟରୁ ମୁକ୍ତ କରାଯାଇଥିବା ଝିଅମାନଙ୍କୁ ଶିକ୍ଷା,ପ୍ରଶିକ୍ଷଣ ଓ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ମଲ୍ଲିକାଙ୍କ କହିବା ଅନୁସାରେ ସେ ଏହି କାର୍ଯ୍ୟକ୍ରମରେ ହୃଦୟର ସହିତ ଜଡ଼ିତ ଅଛନ୍ତି ଏବଂ ଚାହୁଁଛନ୍ତି ଯେ, ସୁଷମା ଏଥିପାଇଁ ସହାୟତା କରନ୍ତୁ । ଫ୍ରାନ୍ସର ପ୍ୟାରିସରେ ରହୁଥିବା ମଲ୍ଲିକା ଘରଭଡ଼ା ନ ଦେଇପାରିଥିବା ଯୋଗୁଁ ଘର ମାଲିକ ନୋଟିସ ପଠାଇଥିବା ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲେ । ତେବେ ଏହା ଘଟଣାକୁ ସଂପୂର୍ଣ୍ଣ ମନା କରିଛନ୍ତି ମଲ୍ଲିକା ।