ଚଳନ୍ତାଗାଡିରେ ଅସହାୟ ଯୁବତୀ : ରାଜଧାନୀ ରାତିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଉଦ୍ୟମ

45

vlcsnap-2016-09-11-20h10m36s133କନକ ବ୍ୟୁରୋ : ରବିବାର ଅପେକ୍ଷାରେ ଶୋଇପଡୁଥିଲା ଶନିବାର ରାତି । ରାସ୍ତା ଉପରେ ପତଳା ହେଉଥିଲା ଲୋକଙ୍କ ଭିଡ । ନିଜ ଅଫିସ କାମ ସାରି ଘରକୁ ଫେରୁଥିଲେ ଏହି ଯୁବତୀ । ପେଶାରେ ମଡେଲ୍ । କାମ କରନ୍ତି ଏକ ଫ୍ୟାସନ୍ ଷ୍ଟୁଡିଓରେ । ରାତିର ରାଜଧାନୀକୁ ହୁଏତ ସୁରକ୍ଷିତ ମଣୁନଥିଲେ । ତେଣୁ ଘର ପର୍ଯ୍ୟନ୍ତ ସାଥୀ ଦେବାକୁ ପାଖରେ ଥିଲେ ଦୁଇଜଣ ପୁରୁଷ ସହକର୍ମୀ ।

vlcsnap-2016-09-11-20h09m26s511କ୍ୟାବ୍ ବି ମଗାଇଥିଲେ ଘରକୁ ଫେରିବାକୁ । ହେଲେ ଭଡା କାରରେ ବସିବା ପୁର୍ବରୁ ଘେରିଯାଇଥିଲେ ତିନି ସଇତାନ୍ । ମାରପିଟ କରି ଜବରଦସ୍ତ ତିନିଜଣକୁ ଟାଣି ନେଇଯାଇଥିଲେ ଧଳା ରଂଗର ବୋଲେରୋକୁ । ଭିଡକୁ ଆଡେଇ ଗାଡି ଗଡୁଥିଲା ରାଜଧାନୀର ରାସ୍ତା ଉପରେ । ବନ୍ଦ ଦରଜା ଭିତରକୁ ବାହାରକୁ ଆସି ପାରୁନଥିଲା ଯୁବତୀଙ୍କ ଚିତ୍କାର । ଡ୍ରାଇଭର ପାଖ ସିଟରେ ଯୁବତୀଙ୍କୁ ବସାଇ ଦିଆଯାଇଥିଲା । ଆଉ ତାଙ୍କୁ ଝାମ୍ପି ଧରିଥିଲା ଜଣେ ସଇତାନ୍ ।

ପୀଡିତାଙ୍କ ଦୁଇ ସହକର୍ମୀଙ୍କୁ ମଝି ସିଟରେ ବସାଇ ଅନ୍ୟ ଦୁଇ ସଇତାନ ଆତଙ୍କିତ କରି ରଖିଥିଲେ । ବାହାରେ ଅନ୍ଧାର । ଭିତରେ ଅସହାୟତା । ଗାଡି ବରମୁଣ୍ଡାରୁ ସିଆରପି ଦେଇ ନୟାପଲ୍ଲୀ ଭିତରେ ପସିଲା । ଘଂଟାଏ ଧରି ବୁଲିଲା ଏ ଏରିଆରୁ ସେ ଏରିଆ । ଚଳନ୍ତାଗାଡିରେ ଭୋକିଲା ମଣିଷଙ୍କ କବଳରୁ ରକ୍ଷା ପାଇବାକୁ ନେହୁରା ହେଉଥାନ୍ତି ଯୁବତୀ ଜଣକ । ହେଲେ ନିଶାରେ ଚୁର୍ ସଇତାନ ମାନେବ କିନ୍ତୁ କିଛି ଶୁଣିବାକୁ ନାରାଜ୍ ।

କେତେବେଳେ ମାରପିଟ୍ ତ କେତେବେଳେ ଯୁବତୀଙ୍କ ଦେହରେ ହାତ ମାରୁଥାନ୍ତି । ଘଂଟାଏ ଧରି ଚଲନ୍ତାଗାଡିରେ ଯୁବତୀ ଜଣକ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ ତିନି ଯୁବକ । ଯାହାର ସାକ୍ଷୀ ଥିଲା କମିଶନରେଟ ପୋଲିସର ଅସହାୟ ରାତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ତେବେ ସଇତାନଙ୍କ କବଳରୁ କେମିତି ମୁକୁଳିଲେ ପୀଡିତା -ଦେଖନ୍ତୁ ଏହି ଭିଡିଓ –