ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଛାଡି ପୁଅ ଫେରାର୍ ! ଅସହାୟ ଅବସ୍ଥାରେ ଗୀତା କପୁର୍

36

ହିନ୍ଦି ସିନେମାର ବିଗତ ଦିନର ନାୟିକା ଗୀତା କପୁରଙ୍କ ଶୋଚନୀୟ କାହାଣୀ ଏବେ ସାମ୍ନାକୁ ଆସିଛି । ଅନେକ ସିନେମାର ମା’ ଭୂମିକା ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଏହି ଅଭିନେତ୍ରୀଙ୍କୁ ନିଜ ପୁଅ ହସ୍ପିଟାଲରେ ଅସହାୟ ଅବସ୍ଥାରେ ଛାଡି ଚାଲିଯାଇଛି । ଏବେ ଜୀବନର ଶେଷ ସମୟରେ ଏକା ହୋଇ ଯାଇଛନ୍ତି ଏହି ଅଭିନେତ୍ରୀ ।

ସୂଚନା ଅନୁସାରେ, ଗତ ମାସରେ ଗୀତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେବାରୁ ତାଙ୍କ କୋରିଓଗ୍ରାଫର୍ ପୁଅ ରାଜା କପୁର୍ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି କରିଥିଲେ । ତେବେ ଭର୍ତ୍ତି କରିବା ପରେ ରାଜା ଆଉ ଫେରି ନାହାଁନ୍ତି । ଏପରିକି ଯେଉଁ ଘରେ ରାଜା ରହୁଥିଲେ ସେଠାରେ ମଧ୍ୟ ତାଲା ଝୁଲୁଛି । ଅନେକ ବଲିଉଡ ତାରକା ରାଜାଙ୍କୁ ଅପିଲ୍ କରି ସାରିଛନ୍ତି ମା’ଙ୍କୁ ନେବା ପାଇଁ । ହେଲେ ରାଜାଙ୍କର କୌଣସି ଖୋଜ ଖବର ନାହିଁ । ଅନ୍ୟ ପଟେ ହସ୍ପିଟାଲର ଲକ୍ଷାଧିକ ଟଙ୍କା ହୋଇ ସାରିଛି । ଏବଂ ହସ୍ପିଟାଲ୍ କତ୍ତୃପକ୍ଷ ଗୀତାଙ୍କୁ ପଠାଇବା ପାଇଁ ବୃଦ୍ଧାଶ୍ରମ ଖୋଜୁଛନ୍ତି ।

ଗୀତା ପ୍ରାୟ ୧୦୦ରୁ ଅଧିକ ସିନେମାରେ କାମ କରିଛନ୍ତି । ସେଥିରୁ ଚର୍ଚ୍ଚିତ ସିନେମା ଗୁଡିକ ହେଉଛି ପକିଜା ଏବଂ ରଜିଆ ସୁଲତାନ୍ ।