ଯେବେ ଚଙ୍କି ପାଣ୍ଡେଙ୍କୁ ନିସ୍ତୁକ ପିଟିଥିଲେ ଫରହା ନାଜ୍ ! ଜୀବନରୁ ମାରିବାକୁ ଦେଇଥିଲେ ଧମକ . . ପଢନ୍ତୁ ସମ୍ପୂର୍ଣ୍ଣ ଘଟଣା

33

ବଲିଉଡ୍ ଅଭିନେତ୍ରୀ ତବୁଙ୍କ ବଡ ଭଉଣୀ ଫରହା ନାଜ୍ ନିଜ ସମୟରେ ଜଣେ ଟପ୍ ଅଭିନେତ୍ରୀ ଥିଲେ । ଅନେକ ସୁପରହିଟ୍ ସିନେମାରେ କାମ କରିଛନ୍ତି ଫରହା । ତେବେ ରିଲ୍ ଲାଇଫରେ ସ୍ୱଭାବରେ ଶାନ୍ତ ଦେଖାଯାଉଥିବା ଫରହା ରିୟଲ୍ ଲାଇଫରେ କିନ୍ତୁ ସର୍ଟ ଟେମ୍ପରର୍ଡ ଏବଂ ଆକ୍ରମଣାତ୍ମକ ଥିଲେ । କେତେବେଳେ କାହାକୁ କଣ ଗାଳି କରୁଥିଲେ ଏବଂ ମାରୁଥିଲେ ତାହା କହିବା ମୁସ୍କିଲ୍ ଥିଲା । ଆଉ ଏହି ଗୁଣ ଯୋଗୁଁ ଫରହାଙ୍କ ସିନେମା କ୍ୟାରିୟର୍ ବେଶୀ ଦିନ ଚାଲିପାରିନଥିଲା ।

ବିବାଦ ସହ ଫରହାଙ୍କର ସଂପର୍କ ଖୁବ୍ ଗଭୀର ଥିଲା । କହିବାକୁ ଗଲେ ସିନେମା ଅପେକ୍ଷା ବିବାଦ ପାଇଁ ଅଧିକ ଚର୍ଚ୍ଚିତ ଥିଲେ ଫରହା । ‘ଫାସଲେ’ ସିନେମା ଜରିଆରେ ବଲିଉଡରେ ପାଦ ରଖିଥିବା ଫରହା ୟଶ୍ ଚୋପ୍ରାଙ୍କୁ ନିଜ ଗଡ୍ ଫାଦର ବୋଲି ମାନୁଥିଲେ । କିନ୍ତୁ ୟଶଙ୍କ ସହ ତାଙ୍କ ମିଳାମିଶା ପତ୍ନୀ ପାମେଲା ଚୋପ୍ରାଙ୍କୁ ପସନ୍ଦ ନଥିଲା । ଫଳରେ ଦିନେ ପାମେଲା ଏବଂ ଫରହାଙ୍କ ମଧ୍ୟରେ ଏନେଇ ଝଗଡା ହୋଇଥିଲା । ଏହି ଝଗଡା ପରେ ଏକ ମାଗାଜିନ୍ ପାଇଁ ଫରହା ଏକ ସାକ୍ଷାତକାର ଦେଇଥିଲେ । ଯେଉଁଥିରେ ୟଶ୍ ଚେପ୍ରାଙ୍କ ପତ୍ନୀ ପାମେଲାଙ୍କୁ ନେଇ ଖୁବ୍ କଟୁ କଥା କହିଥିଲେ । ଏହା ଜାଣିବା ପରେ ଫରହାଙ୍କୁ ନିଜର ଅନେକ ସିନେମାରୁ ବାହାର କରିଦେଇଥିଲେ ୟଶ୍ ।

ସେହିପରି ଫରହା ଏବଂ ଅଭିନେତା ଚଂକି ପାଣ୍ଡେଙ୍କ ମଧ୍ୟରେ ଥିବା ବିବାଦ ଏବଂ ଝଗଡା କାହାକୁ ଅଛପା ନାହିଁ । ସିନେମା ‘କସମ୍ ବର୍ଦ୍ଦି କି’ ସେଟରେ ଚଙ୍କିକୁ ପିଟିଥିଲେ ଫରହା । କାରଣ ଫରହା ଅଭିଯୋଗ ଥିଲା ଚଙ୍କି ତାଙ୍କୁ ‘ଆଇ ଆମ୍ ଦ ମ୍ୟାନ୍’ କହି ଫରହାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ । ଆଉ ସେଥିପାଇଁ ସେ ଚଙ୍କିଙ୍କୁ ମହିଳା ପାୱାର୍ କଣ ଜଣାଇବା ପାଇଁ ଏପରି କରିଥିଲେ । କେବଳ ସେତିକି ନୁହେଁ, ଫରହା ଷ୍ଟାରଡଷ୍ଟ୍ ମାଗାଜିନକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯଦି କେବେ ଚଙ୍କିଙ୍କ ସହ ଦେଖା ହୁଏ ତେବେ ତାଙ୍କୁ ଜୀବନରୁ ମାରିଦେବି ।